ଆଇପିଏସ ହେବା ପାଇଁ ଡାକ୍ତର ଚାକିରି ଛାଡ଼ି ଦେଇଥିଲେ ନବଜୋତ

ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଏମିତି ଜଣେ ଆଇପିଏସ୍ ଅଧିକାରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଆଇପିଏସ୍ ଅଫିସର ହେବାକୁ ଡାକ୍ତର ଚାକିରି ଛାଡି ଦେଇଥିଲେ । ଏହି ଆଇପିଏସ୍ ଅଧିକାରୀଙ୍କ ନାମ ହେଉଛି ନବଜୋତ ସିମି ।

୨୦୧୭ ବ୍ୟାଚର ବିହାର କ୍ୟାଡରର ଆଇପିଏସ୍ ଅଧିକାରୀ ହେଉଛନ୍ତି ନବଜୋତ ସିମି । ନବଜୋତ ସିମି ତାଙ୍କର ଦ୍ୱିତୀୟ ପ୍ରୟାସରେ ସିଭିଲ୍ ପରୀକ୍ଷାରେ ସଫଳତା ପାଇଥିଲେ। ଏହା ପରେ ସେ ଆଇପିଏସ୍  ଅଧିକାରୀ ହୋଇଥିଲେ।

ନବଜୋତ ସିମି ୧୯୮୭ ମସିହା ଡିସେମ୍ବର ୨୧ ତାରିଖରେ ପଞ୍ଜାବର ଗୁରଦାସପୁରରେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କର ପ୍ରାଥମିକ ଶିକ୍ଷା ପଞ୍ଜାବର ପାଖୋବାଲ ମଡେଲ ପବ୍ଲିକ ସ୍କୁଲରେ ଶେଷ କରିଥିଲେ।

वैलेंटाइन डे के मौके पर ऑफिस में की थी शादी

ନବଜୋତ ସିମି ପିଲାଦିନରୁ ଆଇପିଏସ୍ ଅଫିସର ହେବାର ସ୍ୱପ୍ନ ଦେଖିଥିଲେ। କିନ୍ତୁ ପ୍ରଥମେ ସେ ଡାକ୍ତର ହୋଇ ରୋଗୀ ସେବା ଆରମ୍ଭ କରିଥି‌ଲେ। ପରେ ଡାକ୍ତର ଚାକିରି ଛାଡ଼ି ଦିଲ୍ଲୀ ଯାଇ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ। ତା’ପରେ ୨୦୧୬ ମସିହାରେ ସେ ପ୍ରଥମ ଥରରେ ସିଭିଲ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। କିନ୍ତୁ ସାକ୍ଷାତକାରରେ ଆଗକୁ ବଢ଼ି ପାରି ନଥିଲେ। କଠିନ ପରିଶ୍ରମ ପରେ ଦ୍ବିତୀୟ ପ୍ରୟାସରେ ସେ ୨୦୧୭ରେ ୭୩୫ସ୍ଥାନରେ ଉତ୍ତୀର୍ଣ୍ଣ ହୋଇ ଆଇପିଏସ ଅଧିକାରୀ ହୋଇଥିଲେ।

୨୦୨୦ ମସିହାରେ ପ୍ରେମ ଦିବସ ଅବସରରେ ନବଜୋତ ସିମି ଆଇଏଏସ୍ ଅଧିକାରୀ ତୁଷାର ସିଙ୍ଗଲାଙ୍କ ସହ ପ୍ରେମ ବିବାହ କରିଥିଲେ। ପ୍ରେମ ଦିବସ ଅବସରରେ ନବଜୋତ ସିମି ପାଟନାରୁ ହାୱଡାକୁ ଯାଇ ତୁଷାର ସିଙ୍ଗଲାଙ୍କ କାର୍ଯ୍ୟାଳୟରେ ବିବାହ କରିଥିଲେ।

ସମ୍ବନ୍ଧିତ ଖବର