ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ୧୬ କିମି ପର୍ଯ୍ୟନ୍ତ ଦୌଡ଼ିଦୌଡ଼ି ପହଞ୍ଚିଲେ ଆଇପିଏସ୍‌ ଅଧିକାରୀ

ନୂଆଦିଲ୍ଲୀ: ସାଧାରଣତଃ କୌଣସି କାର୍ଯ୍ୟକ୍ରମରେ ବଡ଼ ଅଧିକାରୀଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲେ ସେମାନେ ସ୍ୱତନ୍ତ୍ର ପ୍ରସ୍ତୁତି କରି ଆସି ଥାଆନ୍ତି। କିନ୍ତୁ ନିକଟରେ ରାଜ୍ୟ ସରକାରରେ ମୁଖ୍ୟ ସଚିବ (ଗୃହ ବିଭାଗ)ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପହଞ୍ଚିଛନ୍ତି କିନ୍ତୁ କାର କିମ୍ବା କୌଣସି ଯାନରେ ନୁହେଁ ବରଂ ଦୌଡ଼ିଦୌଡ଼ି । ଏହା ଶୁଣି ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ କିନ୍ତୁ ଫଟୋ ଦେଖି ବାସ୍ତବ ଘଟଣା ଟି କିପରି ହୋଇଥିବ ତାହା ଜାଣି ପାରୁଥିବେ।

ଗୋଟିଏ କିମ୍ବା ଦୁଇକିଲୋମିଟର ନୁହେଁ ବରଂ କାର୍ଯ୍ୟକ୍ରମରେ ସାମିଲ ହେବାକୁ ୧୦କିମି ପର୍ଯ୍ୟନ୍ତ ଦୌଡ଼ିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ତେଲେଙ୍ଗାନା ସରକାର ମୁଖ୍ୟ ସଚିବ (ଗୃହ ବିଭାଗ) ରାଜିବ ତ୍ରିବେଦୀ। ଯାହାଙ୍କୁ ହାଇଦ୍ରାବାଦରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ମୁଖ୍ୟ ଅତିଥି ପାଇଁ ନିମନ୍ତ୍ରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ରାଜୀବ ତ୍ରିବେଦୀ ପାଖାପାଖା ୧୬କିମି ପର୍ଯ୍ୟନ୍ତ ଦୌଡ଼ିଦୌଡ଼ି ପହଞ୍ଚିଥିଲେ। ଏହା କୌଣସି ପ୍ରଥମ ଘଟଣା ନୁହେଁ, ତ୍ରିବେଦୀ ଏମିତି ଅନେକ କାର୍ଯ୍ୟକ୍ରମ ରହିଛି ଯେଉଁଠାକୁ ସେ ଏଭଳି ଶୈଳୀରେ ସାମିଲ ହେବାକୁ ଯାଇଥାଆନ୍ତି।

ଉଲ୍ଲେଖଯୋଗ୍ୟ, ନଭେମ୍ବର ୧୬ରେ ହାଇଦ୍ରବାଦସ୍ଥିତ ସୁଚିତ୍ରା ଏକାଡେମୀରେ ସ୍ପୋଟର୍ସ ଡେ’ର କାର୍ଯ୍ୟକ୍ରମ ଥିଲା । ଏହି କାର୍ଯ୍ୟକ୍ରମରେ ଆଇପିଏସ୍‌ ଅଧିକାରୀ ତଥା ତେଲେଙ୍ଗାନାର ଗୃହ ବିଭାଗର ପ୍ରଧାନ ସଚିବ ରାଜୀବ ତ୍ରିବେଦୀଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରାଯାଇଥିଲା। ଯେଉଁଠାରେ କାର୍ଯ୍ୟକ୍ରମ ଆୟୋଜିତ ହେବାର ଥିଲା ତ୍ରିବେଦୀଙ୍କ ସଚ୍ଚିବାଳୟସ୍ଥିତ କାର୍ଯ୍ୟଳୟରୁ ୧୬ ଦୂର ଥିଲା। ତେଣୁ ସେ କୌଣସି ଯାନବାହନର ସାହାଯ୍ୟ ନନେଇ ଦୌଡ଼ିଦୌଡ଼ି ଯିବେ ବୋଲି ସ୍ଥିର କରିଥିଲେ।

 

ସମ୍ବନ୍ଧିତ ଖବର