ନୂଆଦିଲ୍ଲୀ: ଆଇପିଏସ୍ ସୌମ୍ୟା ସାମ୍ବାସିଭାନଙ୍କ ବିଷୟରେ ବହୁତ କମ୍ ଲୋକ ଜାଣିଥିବେ। ସୌମ୍ୟା ଲାଇମଲାଇଟ୍ ଠାରୁ ଦୂରରେ ରହି ହିମାଚଳରେ ଜଳବନ୍ଦୀ ମଧ୍ୟରେ ଫସିଥିବା ଲୋକଙ୍କୁ ବହୁତ ସାହାଯ୍ୟ କରୁଛନ୍ତି।

Advertisment

 ଆସନ୍ତୁ ଜାଣିବା ଆଇପିଏସ ସୌମ୍ୟାନଙ୍କ ବିଷୟରେ…

ସୌମ୍ୟା ସାମ୍ବାସିଭାନ ହେଉଛନ୍ତି ଶିମଲାର ପ୍ରଥମ ମହିଳା ଆଇପିଏସ୍ ଅଧିକାରୀ । ଯାହାକଙ୍କ ନାମରେ ଅନେକ ବଡ଼ ସଫଳତା ରହିଛି। ୨୦୧୦ ମସିହାରେ ସୌମ୍ୟା ସାମ୍ବାସିଭାନ ୟୁପିଏସସି ପରୀକ୍ଷାରେ ସଫଳତା ହାସଲ କରିଥିଲେ।  ସେବେଠାରୁ ସେ ଦେଶ ସେବାରେ ନିଜକୁ ନି‌ୟୋଜିତ କରିଛନ୍ତି।

କେବଳ ଏତିକି ନୁହେଁ ସେ ୬ଟି ଜଟିଳ ହତ୍ୟା ମାମଲାର ସମାଧାନ କରି ସତ୍ୟ ସାମ୍ନାକୁ ଆଣିଥିଲେ। ଏଥିସହିତ ସୌମ୍ୟା ଭାରତରେ ଥିବା ଡ୍ରଗ୍ ମାଫିଆଙ୍କ ବିରୋଧରେ ଦୀର୍ଘ ଲଢ଼େଇ ଲଢ଼ିଛନ୍ତି। ଏହି ମାମଲା ଯୋଗୁଁ ଆଇପିଏସ୍  ସୌମ୍ୟା ବହୁତ ଖ୍ୟାତି ଅର୍ଜନ କରିଛନ୍ତି।

ଏହି କ୍ରମରେ ଦେଖିବାକୁ ଗଲେ ଉତ୍ତର ଭାରତରେ ତଥା ଦେଶର ବିଭିନ୍ନ ସ୍ଥାନରେ ବାଦଲଫଟା ବର୍ଷା ହୋଇଛି। ପାହାଡ଼ିଆ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ଅନେକ ସ୍ଥାନରେ ଭୂସ୍ଖଳନ ଓ ବନ୍ୟା ପରିସ୍ଥିତି ଦେଖାଦେଇଛି। ଏହି କ‌ାରଣରୁ  ହିମାଚଳ ପ୍ରଦେଶର ଅନେକ ଅଞ୍ଚଳରେ ଲୋକମାନେ ଫସି ରହିଛନ୍ତି।

ଏହା ବ୍ୟତୀତ ପର୍ଯ୍ୟଟକମାନେ ସର୍ବାଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସଙ୍କଟ ସମୟରେ ଆଇପିଏସ୍ ଅଧିକାରୀ ସୌମ୍ୟା ଦେବଦୂତ ସାଜି ଲୋକଙ୍କ ପାଖରେ ପହଞ୍ଚି ନିଜ ଜୀବନକୁ ବିପଦରେ ପକାଇ ସାହାଯ୍ୟ କରୁଛନ୍ତି। ବନ୍ୟାରେ ଫସି ରହିଥିବା କିମ୍ବା ନଦୀ କୂଳରେ ରହୁଥିବା ଲୋକଙ୍କୁ ସୌମ୍ୟା ସିଧାସଳଖ ଭେଟୁଛନ୍ତି ଏବଂ ସେମାନଙ୍କୁ ସାହାଯ୍ୟ କରୁଛନ୍ତି।