କଳା ରଂଗ ହେଲେ କାଉ ନୁହେଁ, ଲମ୍ବା କିନ୍ତୁ ସାପ ନୁହେଁ, ବନ୍ଧା ହୁଏ ମାତ୍ର ରସି ନୁହେଁ; କହିଲେ ତାହା କ’ଣ?

ମଜା ମଜା ପ୍ରଶ୍ନର ଉତ୍ତର ଚିନ୍ତା କରିବା ପାଇଁ ଆପଣ ବିବ୍ରତ ହେଉନଥିବେ ନିଶ୍ଚୟ। ପୂର୍ବରୁ ଅନେକ ରିଡିଲ୍‌ ପଜଲ୍‌ ଆମେ ଖେଳି ସାରିଛେ। ମଜା ମଜା ପ୍ରଶ୍ନର କୌତୂକିଆ ଉତ୍ତର ବି ପାଇଛେ। ସେ ସବୁ ମନୋରଞ୍ଜନ କରାଇବା ସହ ଆମ ମସ୍ତିଷ୍କକୁ ତୀକ୍ଷ୍ଣ କରିବାରେ ସହାୟ ହୋଇଛି ବୋଲି ଆପଣ ହୁଏତ ତାହା ଅସ୍ୱୀକାର କରିବେ ନାହିଁ। କେତେକ ପ୍ରଶ୍ନ ଆମେ ପଚାରିଛୁ। ତାହାର ଠିକ୍‌ ଉତ୍ତର ବି ଆପଣମାନେ ଦେଇଛନ୍ତି। କେତେକ ପ୍ରଶ୍ନର ଉତ୍ତର ଆଖି ସାମ୍ନାରେ ଥାଇ ବି ଆମକୁ ଦିଶେ ନାହିଁ। ଏହି ପରି ଖେଳ ଦ୍ୱାରା ଆମେ ଆମ ମସ୍ତିଷ୍କକୁ ଚଳଚଞ୍ଚଳ କରିପାରିବା। ଚାଲନ୍ତୁ ଆଜି ସେହିପରି ଆଉ ଏକ ଖେଳ ଖେଳିବା।

ଏବେ ଆପଣଙ୍କ ପାଇଁ ପ୍ରଶ୍ନ ହେଉଛି କଳା ରଂଗ କିନ୍ତୁ କାଉ ନୁହେଁ, ଲମ୍ବା କିନ୍ତୁ ସାପ ନୁହେଁ, ବନ୍ଧା ହୁଏ ହେଲେ ରସି ନୁହେଁ। ଆଚ୍ଛା କହିଲେ କ’ଣ ଏମିତି ହୋଇପାରେ?

ଉତ୍ତର: କେଶ

ସମ୍ବନ୍ଧିତ ଖବର