ବିମାନ ବିସ୍ଫୋରଣ ହେବ ବୋଲି ସ୍ୱପ୍ନ ଦେଖିଛି କହି ରାମବାବୁଙ୍କ ବାଟ ଓଗାଳିଲା ଶ୍ୟାମ, ଶ୍ୟାମର ସ୍ୱପ୍ନ ସତ ହେବାରୁ ରାମବାବୁ ତାକୁ ୧୦ ହଜାର ପୁରସ୍କାର ଦେଲେ, ହେଲେ ଚାକିରିରୁ କାଢ଼ିଦେଲେ; କାହିଁକି?

ପ୍ରଶ୍ନଟି ପଚାରିବା ପୂର୍ବରୁ ଆମେ ଏଠାରେ ପ୍ରଥମେ ପରିସ୍ଥିତି ଦର୍ଶାଇ ଦେଉଛୁ। ଫଳରେ ଆପଣଙ୍କୁ ଉତ୍ତର ଦେବାକୁ ସୁବିଧା ହେବ। ରାମବାବୁ ଜଣେ ଧନୀ ବ୍ୟକ୍ତି। ଶ୍ୟାମ ତାଙ୍କ ଘରେ ରାତ୍ରୀ ଦ୍ୱାରପାଳ ଭାବେ କାର୍ଯ୍ୟ କରେ। ଥରେ ରାମବାବୁ ତାଙ୍କର ଏକ କାମରେ ବିଦେଶ ଯିବେ ବୋଲି ଦୁଇ, ଚାରି ଦିନ ଆଗରୁ ଯୋଜନା କଲେ। ସେଦିନ ରାତି ୨ଟାରେ ରାମବାବୁଙ୍କ ବିମାନ ଥାଏ। ରାମବାବୁ ନିଜ କାମ ସାରି ପ୍ରାୟ ୧୨ଟା ସମୟରେ ବିମାନ ବନ୍ଦର ବାହାରିଲେ। ସେତିକି ସମୟରେ ଶ୍ୟାମ ଦୌଡ଼ି ଆସିଲା। ବାବୁ ଯାଆନ୍ତୁ ନାହିଁ ବୋଲି କହି ବାଟ ଓଗାଳିଲା। ରାମବାବୁ କାରଣ ପଚାରିବାରୁ ସେ କହିଲା କି ମୁଁ ସ୍ୱପ୍ନ ଦେଖିଛି ଆପଣ ଯେଉଁ ବିମାନରେ ଯାଉଛନ୍ତି ସେହି ବିମାନଟି ବିସ୍ଫୋରଣ ହୋଇଯାଉଛି। ଶ୍ୟାମର କଥା ଶୁଣି ରାମବାବୁ ମନ ବଦଳାଇ ଘରେ ରହିଗଲେ।

ପରଦିନ ଖବରରେ ଦେଖିଲେ ଶ୍ୟାମ କଥା ସତ ହୋଇଛି। ବାସ୍ତବରେ ବିମାନ ବିସ୍ଫୋରଣ ଘଟିବାରୁ ବହୁ ଲୋକ ପ୍ରାଣ ହରାଇଛନ୍ତି। ରାମବାବୁ ଯାଇନଥିବାରୁ ଖୁବ୍‌ ଖୁସି ହୋଇଗଲେ। ଶ୍ୟାମ ତାଙ୍କ ବାଟ ଓଗାଳିଥିବାରୁ ସେ ଆସି ତାକୁ ୧୦ ହଜାର ଟଙ୍କା ପୁରସ୍କାର ବାବଦରେ ପ୍ରଦାନ କଲେ। ଏଥିସହିତ ଚାକିରିରୁ ବି କାଢ଼ି ଦେଲେ। ଏବେ ଆପଣଙ୍କ ପାଇଁ ପ୍ରଶ୍ନ ହେଉଛି ଯେଉଁ ଶ୍ୟାମର ସ୍ୱପ୍ନ ପାଇଁ ତାଙ୍କ ଜୀବନ ବଞ୍ଚିଲା ସେ ତାକୁ ଚାକିରିରୁ କାଢ଼ିଲେ କାହିଁକି?

ଉତ୍ତର: କାହିଁକି ନା, ହୋଇପାରେ ଶ୍ୟାମ ରାମବାବୁଙ୍କ ଶୁଭେଚ୍ଛୁ ମାତ୍ର ସେ କର୍ତ୍ତବ୍ୟନିଷ୍ଟ ନୁହେଁ। ଜଣେ ରାତ୍ର ଦ୍ୱାରପାଳ ହୋଇଥିବାରୁ ରାତିରେ ନ ଶୋଇ ଜଗିବା ତା’ର କାମ। ମାତ୍ର ସେ ଯଦି ଶୋଇନଥିଲା ତେବେ ସ୍ୱପ୍ନ କିପରି ଦେଖିଲା। ତା’ ମୁହଁରୁ ସ୍ୱପ୍ନ କଥା ଶୁଣି ରାମବାବୁ ଜାଣି ଯାଇଥିଲେ ଯେ ସେ ଜଗିବା ଛାଡ଼ି ରାତିରେ ଶୋଉଛି ବୋଲି। ସେଥିପାଇଁ ସେ ଶ୍ୟାମକୁ ଚାକିରିରୁ କାଢ଼ି ଦେଲେ।

ସମ୍ବନ୍ଧିତ ଖବର