ଆପଣଙ୍କୁ ୧୦ ବର୍ଷ ହୋଇଥିବା ବେଳେ ଆପଣଙ୍କ ଭାଇଙ୍କ ବୟସ ଆପଣଙ୍କ ବୟର ଅଧା, ତେବେ ଆପଣଙ୍କୁ ୫୦ ବେଳେ ଭାଇଙ୍କୁ କେତେ?

ସାଧାରଣ ଜ୍ଞାନ କହିଲେ କେବଳ ଦେଶ ବିଦେଶର କଥା ନୁହେଁ। ବରଂ ଉପସ୍ଥିତ ବୁଦ୍ଧିକୁ ବି ଗଣାଯାଏ। କେବଳ ସାଧାରଣ ଜ୍ଞାନ ପୁସ୍ତକ ଧରି ନାନା କଥା ଘୋଷି କରି ମନେ ରଖିବା ଦ୍ୱାରା ମସ୍ତିଷ୍କ ତୀକ୍ଷ୍ମ ହୁଏ ନାହିଁ। ମସ୍ତିଷ୍କକୁ ଆମେ ଯେବେ ବ୍ୟବହାର କରିବା ତାହା ସେତେ ଶୀଘ୍ର ତୀକ୍ଷ୍ମ ହେବାରେ ଲାଗିବ। ପୂର୍ବରୁ ଆମେ ଅନେକ ଛୋଟ ମୋଟ ପ୍ରଶ୍ନ ପଚାରିଛୁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆପଣ ପ୍ରଶ୍ନ ଉତ୍ତର ସଙ୍ଗେ ସଙ୍ଗେ ପାଇ ପାରୁଛନ୍ତି। ବାସ୍‌ କିଛି ସମୟ ପାଇଁ ନିଜ ମସ୍ତିଷ୍କ ଚଲାନ୍ତୁ। ଯଦି ଉତ୍ତର ନପାଉଛନ୍ତି ତେବେ ଆମେ ଦେଇଥିବା ଉତ୍ତର ଦେଖି ନିଅନ୍ତୁ।

ଆଜି ଆପଣଙ୍କ ପାଇଁ ପ୍ରଶ୍ନ ହେଉଛି , ‘ଆପଣଙ୍କୁ ୧୦ ବର୍ଷ ବୟସ ହୋଇଥିବା ବେଳେ ଆପଣଙ୍କ ଭାଇଙ୍କ ବୟସ ଯଦି ଆପଣଙ୍କ ବୟର ଅଧା, ତେବେ ଆପଣଙ୍କୁ ୫୦ ବର୍ଷ ବୟସ ହୋଇଥିବା ବେଳେ ଭାଇଙ୍କ ବୟସ କେତେ?

ଏହି ପ୍ରଶ୍ନ ଶୁଣିବା ପରେ ଅନେକ ଲୋକ ତତ୍‌କ୍ଷଣାତ୍‌ ଉତ୍ତର ଦିଅନ୍ତି ‘୨୫’। ମାତ୍ର ଆପଣ ଚିନ୍ତା କରନ୍ତୁ। ଆପଣଙ୍କୁ ୧୦ ବର୍ଷ ହୋଇଥିବା ବେଳେ ଆପଣଙ୍କ ଭାଇ ଯଦି ଆପଣଙ୍କ ବୟସର ଅଧା ତେବେ ତାଙ୍କ ବୟସ ୫, ଅର୍ଥାତ ସେ ଆପଣଙ୍କଠାରୁ ୫ ବର୍ଷ ସାନ। ସେହିପରି ଆପଣଙ୍କୁ ୫୦ ବର୍ଷ ବୟସ ହୋଇଥିବା ବେଳେ ତାଙ୍କୁ ୪୫ ବର୍ଷ ହିଁ ହେବ ନା? ସେ ଆପଣଙ୍କଠାରୁ ୫ ବର୍ଷ ସାନ ଯେହେତୁ!

ସମ୍ବନ୍ଧିତ ଖବର