ପୂର୍ବରୁ ଅନେକ ରିଡିଲ୍ ପଜଲ୍ ଆମେ ଖେଳି ସାରିଛେ। ମଜା ମଜା ପ୍ରଶ୍ନର କୌତୂକିଆ ଉତ୍ତର ବି ପାଇଛେ। ସେ ସବୁ ମନୋରଞ୍ଜନ କରାଇବା ସହ ଆମ ମସ୍ତିଷ୍କକୁ ତୀକ୍ଷ୍ଣ କରିବାରେ ସହାୟ ହୋଇଛି ବୋଲି ଆପଣ ହୁଏତ ତାହା ଅସ୍ୱୀକାର କରିବେ ନାହିଁ। କେତେକ ପ୍ରଶ୍ନ ଆମେ ପଚାରିଛୁ। ତାହାର ଠିକ୍ ଉତ୍ତର ବି ଆପଣମାନେ ଦେଇଛନ୍ତି। କେତେକ ପ୍ରଶ୍ନର ଉତ୍ତର ଆଖି ସାମ୍ନାରେ ଥାଇ ବି ଆମକୁ ଦିଶେ ନାହିଁ। ଏହି ପରି ଖେଳ ଦ୍ୱାରା ଆମେ ଆମ ମସ୍ତିଷ୍କକୁ ଚଳଚଞ୍ଚଳ କରିପାରିବା। ଚାଲନ୍ତୁ ଆଜି ସେହିପରି ଆଉ ଏକ ଖେଳ ଖେଳିବା।
ଆପଣଙ୍କ ପ୍ରଶ୍ନ ଆପଣଙ୍କ ସମ୍ମୁଖରେ ଅଛି। ଖାଲି ପ୍ରଶ୍ନ ନୁହେଁ; ଉତ୍ତର ବି ସମ୍ମୁଖରେ ଅଛି। ଟିକିଏ ମସ୍ତିଷ୍କକୁ ଜୋର୍ ପକାଇଲେ ଉତ୍ତର ଆପେ ପାଇଯିବେ।
ପ୍ରଶ୍ନଟି ହେଉଛି ବାଘ, ହେଟାବାଘ, ସିଂହ ଓ ପେଙ୍ଗୁଇନ ୪ ପଶୁଙ୍କ ମଧ୍ୟରୁ କିଏ ମଣିଷ ମାଂସ ଖାଏ ନାହିଁ?
ଉତ୍ତର: ଆପଣ ହୁଏତ ଲକ୍ଷ୍ୟ କରିନାହାନ୍ତି ଯେ ପ୍ରଶ୍ନ ଭିତରେ ହିଁ ଉତ୍ତର ରହିଛି। ଆମେ ଏହି ୪ ଜଣଙ୍କୁ ପଶୁ ବୋଲି ଲେଖିଛୁ। ମାତ୍ର ବାସ୍ତବ କଥା ହେଉଛି ପେଙ୍ଗୁଇନ୍ ଏକ ପଶୁ ନୁହେଁ, ପକ୍ଷୀ। ଯେହେତୁ ପ୍ରଶ୍ନଟି ଭୁଲ୍ ଅଛି, ତେଣୁ ଏହାର ଉତ୍ତର ଦେବାର କୌଣସି ଆବଶ୍ୟକତା ନାହିଁ।