ବୁଦ୍ଧି ପରୀକ୍ଷା: ରାମ ବାପାଙ୍କର ୪ ପୁଅ; ପ୍ରଥମ ୩ ହେଲେ ପୂର୍ବ-ପଶ୍ଚିମ-ଉତ୍ତର, ୪ର୍ଥ ଜଣକ କିଏ?

ସାଧାରଣ ଜ୍ଞାନ କହିଲେ କେବଳ ଯେ ଦେଶ-ବିଦେଶର କଥା ଜାଣିବା ତାହା ନୁହେଁ, ବରଂ ଆମର ଉପସ୍ଥିତ ବୁଦ୍ଧି କେତେ ତାହା ବି ଦେଖିବାକୁ ହୁଏ। ବେଳେ ବେଳେ ବହୁ ବଡ଼ ବଡ଼ ପ୍ରଶ୍ନର ଉତ୍ତର କ୍ଷଣିକରେ ଦେଇହୁଏ। ପୁଣି କେବେ ଅତି ଛୋଟ ପ୍ରଶ୍ନର ଉତ୍ତର ମୁଣ୍ଡରେ ପଶେ ନାହିଁ। ଏଥିପାଇଁ ମସ୍ତିଷ୍କର ବ୍ୟାୟାମ ଆବଶ୍ୟକ। ଛୋଟ ଛୋଟ ପ୍ରଶ୍ନର ଉତ୍ତର ଖୋଜି ମସ୍ତିଷ୍କକୁ ତୀକ୍ଷ୍ଣ କରିବାକୁ ହେବ। ତେବେ, ଚାଲନ୍ତୁ ଆଜିର ପ୍ରଶ୍ନ ସଂପର୍କରେ ଆଲୋଚନା କରିବା।

ପ୍ରଶ୍ନଟି ହେଉଛି ରାମ ବାପାଙ୍କର ୪ ପୁଅ; ପ୍ରଥମ ୩ ହେଲେ ପୂର୍ବ-ପଶ୍ଚିମ-ଉତ୍ତର, ୪ର୍ଥ ଜଣକ କିଏ?

ପ୍ରାୟ ନବେ ପ୍ରତିଶତ ଲେକେ ଏହାର ଉତ୍ତର ଦକ୍ଷିଣ ଦେଇଥାନ୍ତି। ଆପଣ ବି ସେମିତି ଭାବୁନାହାନ୍ତି ତ? କୁହନ୍ତୁ ତ ରାମଙ୍କ ବାପାଙ୍କର ଯଦି ୪ଟି ପୁତ୍ର ହୁଅନ୍ତି ଏବଂ ସେମାନଙ୍କ ମଧ୍ୟରୁ ୩ ପୁତ୍ରଙ୍କ ନାମ ପୂର୍ବ, ପଶ୍ଚିମ ଓ ଉତ୍ତର ତେବେ ୪ର୍ଥ ପୁତ୍ର ଦକ୍ଷିଣ କେମିତି ହେବେ? କାହିଁକି ନାଁ, ରାମ ନିଜେ ବି ତାଙ୍କ ବାପାଙ୍କର ଜଣେ ପୁତ୍ର। ୪ର୍ଥ ପୁତ୍ର ହେଉଛନ୍ତି ରାମ ନିଜେ। ଯଦି ୪ର୍ଥ ପୁତ୍ର ଆପଣ ଦକ୍ଷିଣ ବୋଲି ଭାବୁଛନ୍ତି ତେବେ ସେ ସମୁଦାୟ ୫ ଭାଇ ହୋଇ ଯିବେ। ଆଉ ଚାରି ହୋଇ ରହିବେ କି?

ସମ୍ବନ୍ଧିତ ଖବର