ବୁଦ୍ଧି ପରୀକ୍ଷା: ତୁମ ଜେଜେବାପାଙ୍କ ଏକମାତ୍ର ସାନପୁଅଙ୍କ ପୁଅର ବଡ଼ମାଆ ତୁମର କ’ଣ ହେବେ?

ଛୋଟ ପିଲାଙ୍କ ମସ୍ତିଷ୍କ ଏକ କାଦୁଅ ପେଣ୍ଡୁଳା ପରି। ଆମେ ତାହାକୁ ଯେଉଁଭଳି ଭାବେ ଗଢ଼ିବା ତାହା ସେହିଭଳି ରୂପ ନେବ। ସୁନ୍ଦର କରି ଗଢ଼ିଲେ ଫଳଫଳ ସୁନ୍ଦର ହେବ, ଗଢ଼ି ନପାରିଲେ ଆମେ ଆମ ପିଲାଙ୍କୁ ଚତୁର କରି ଗଢ଼ି ତେଳିବାରେ ଅସମର୍ଥ ହେବା। ଆସନ୍ତୁ ଛୋଟ ଛୋଟ ପ୍ରଶ୍ନ ହେଲେ ବି ପିଲାଙ୍କୁ ପଚାରିବା। କୌତୁକିଆ ଉତ୍ତର ଶୁଣି ଖୁସି ହେବା ସହ ସେମାନଙ୍କୁ ମାନସିକ ସ୍ତରରେ ସବଳ ବନାଇବା। ଆମ ପିଲାଙ୍କୁ କୌଶଳୀ କରି ଗଢ଼ି ତୋଳିବାର ଦାୟିତ୍ୱ କେବଳ ଆମର। ଏହିପରି ପ୍ରଶ୍ନ ଉତ୍ତର ଖେଳ ଖେଳି ପିଲାଙ୍କୁ ସକ୍ରିୟ କରାଇବାକୁ ଭୁଲନ୍ତୁ ନାହିଁ।

ଆଜି ଆପଣଙ୍କ ପିଲାଙ୍କ ପାଇଁ ପ୍ରଶ୍ନଟି ରହିଛି, ‘ତୁମ ଜେଜେବାପାଙ୍କ ଏକମାତ୍ର ସାନପୁଅଙ୍କ ପୁଅର ବଡ଼ମାଆ ତୁମର କ’ଣ ହେବେ?’ ପିଲାମାନେ ଯଦି ଠିକ୍‌ ଉତ୍ତର ଦେଇପାରୁଛନ୍ତି ତେବେ ତାହା ଖୁବ୍‌ ଭଲ କଥା। ଯଦି ସେମାନେ ପ୍ରଶ୍ନ ବୁଝିବାରେ କିମ୍ବା ଉତ୍ତର କହିବାରେ ଅସମର୍ଥ ହେଉଛନ୍ତି ତେବେ ନିଜ ସଂପର୍କୀୟାଙ୍କୁ ଆଖିରେ ରଖି ଉଦାହରଣ ଦେଇ ପ୍ରଶ୍ନଟିକୁ ଏପରି ବୁଝାନ୍ତୁ।

ପ୍ରଥମେ ନିଜ ପିଲାଙ୍କୁ ତାଙ୍କ ଜେଜେବାପାଙ୍କୁ ସାମ୍ନାକୁ ଆଣିବାକୁ କୁହନ୍ତୁ। ତା’ପରେ ଜେଜେବାପାଙ୍କର ଯଦି କେହି ସାନ ପୁଅ ଅର୍ଥାତ ଦାଦାଙ୍କୁ ମନେ ପକାଇ ଦିଅନ୍ତୁ। ଦାଦାଙ୍କ ପୁଅ ଅର୍ଥାତ ଦାଦା ପୁଅ ଭାଇଙ୍କୁ ମନକୁ ଆଣିଲା ପରେ ତାଙ୍କର ବଡ଼ମାଆ କିଏ ବୋଲି ପଚାରନ୍ତୁ। ଦେଖିବେ ଏତିକି ସୂଚନା ଦେବା ପରେ ପିଲାଏ ଖୁବ୍‌ ଖୁସିର ସହ ଉତ୍ତର ‘ମାଆ’ ବୋଲି କହିବେ।

ସମ୍ବନ୍ଧିତ ଖବର