ବୁଦ୍ଧି ପରୀକ୍ଷା: କୁହନ୍ତୁ ଶ୍ୟାମଙ୍କ ହତ୍ୟାକାରୀ କିଏ; ପତ୍ନୀ, ଡାଇଭର୍‌, ପୂଜକ ନା ଚାକରାଣୀ?

ବେଳେ ବେଳେ ଛୋଟ ଛୋଟ କଥାରୁ ବୁଦ୍ଧି ତୀକ୍ଷ୍ମ ହୋଇଥାଏ। ଛୋଟ ପ୍ରଶ୍ନଟିର ଉତ୍ତର ଦେବା ପାଇଁ ଆମେ ଯେତିକି ମସ୍ତିଷ୍କ ବ୍ୟବହାର କରିଥାନ୍ତି ତାହା ଆମର ଉପସ୍ଥିତ ବୁଦ୍ଧିକୁ ବଢ଼ାଇଥାଏ। ଆସନ୍ତୁ ଆଜି ଆମେ ଏପରି ଏକ ପଜଲ୍‌ ଖେଳିବା ଯାହା ଖୁବ୍‌ ମଜାଦାୟକ। ନିମ୍ନରେ ପ୍ରଥମେ ପରିସ୍ଥିତିକୁ ସଜାଇ ଦେଇଛୁ। ତା’ପରେ ଆପଣ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରିବେ।

ମଙ୍ଗଳବାର ଦିନ ସକାଳ ପ୍ରାୟ ୮ଟା ବେଳେ ଜଣେ ବ୍ୟକ୍ତିଙ୍କର ମୃତ ଶରୀର ତାଙ୍କ ବାସଭବନରୁ ମିଳିଲା। ଶରୀର ବ୍ୟବଚ୍ଛେଦ ରିପୋର୍ଟରୁ ଜାଣିବାକୁ ମିଳିଲା ଯେ ତାଙ୍କର ହତ୍ୟା ୨ ଦିନ ତଳୁ ହୋଇଛି। ତାଙ୍କ ଘରେ ଶ୍ୟାମଙ୍କ ବ୍ୟତୀତ ୪ ଜଣ ରହୁଥିଲେ। ସେମାନେ ହେଲେ ମୃତକ ଶ୍ୟାମଙ୍କ ପତ୍ନୀ ଶ୍ରେୟା, ଚାକରାଣୀ ଚତୁରୀ, ପୂଜକ ସାଧୁ ନନା ଏବଂ ଡ୍ରାଇଭର୍‌ ସୁଦାମ।

ସେମାନେ ସମସ୍ତଙ୍କୁ ଜଣ ଜଣ କରି ପୁଲିସ୍‌ ପ୍ରଶ୍ନ ପଚାରିଲା। ପ୍ରଶ୍ନ ପଚାରିବାରୁ ପତ୍ନୀ କହିଲେ ସେ ହତ୍ୟା ସମୟରେ ପରିବା ଆଣିବାକୁ ବଜାର ଯାଇଥିଲେ, ଚାକରାଣୀ ଚତୁରୀ କହିଲା କି ସେ କାମରେ ପୋଷ୍ଟ୍‌ ଅଫିସ୍‌ ଯାଇଥିଲା, ଡ୍ରାଇଭର୍‌ କହିଲା ସେ ସେଦିନ ନିଜ ଗାଁକୁ ଯାଇଥିଲା ଏବଂ ପୂଜକ କହିଲେ ସେ ସେତେବଳେ ଅନ୍ୟ ଜଣଙ୍କ ଘରେ ପୂଜା କରୁଥିଲେ।

ଆପଣଙ୍କ ପାଇଁ ପ୍ରଶ୍ନ ହେଉଛି, ଶ୍ୟାମଙ୍କର ହତ୍ୟାକାରୀ କିଏ?

ଉତ୍ତର: ଚାକରାଣୀ ଚତୁରୀ।

ଚାକରାଣୀର କହିବା ମୁତାବକ ସେ ପୋଷ୍ଟ୍‍ ଅଫିସ୍‌ ଯାଇଥିଲା। ମାତ୍ର ଆମେ ଆପଣଙ୍କୁ ଆଗରୁ ଜଣାଇଛୁ ଯେ ମୃତଦେହ ମଙ୍ଗଳବାର ଉଦ୍ଧାର ହେଲା କିନ୍ତୁ ହତ୍ୟା ୨ ଦିନ ତଳୁ ହୋଇଥିଲା, ଅର୍ଥାତ ରବିବାର। ରବିବାର ପୋଷ୍ଟ୍‍ ଅଫିସ୍‌ ବନ୍ଦ ଥାଏ, ଚାକରାଣୀର ମିଛ ଧରାପଡ଼ିଲା।

ସମ୍ବନ୍ଧିତ ଖବର