ଆପଣ ଚିତ୍ରଟିରେ ଦେଖିପାରୁଛନ୍ତି ଯେ ଦୁଝ ଜଣ ମହିଳା ଦୁଇ ପାର୍ଶ୍ୱରେ ବସିଛନ୍ତି ଏବଂ ମଝିରେ ବସି ପିଲାଟି ଖେଳନା ଧରି ଖେଳିବାରେ ବ୍ୟସ୍ତ ଅଛି। ଦୁଇ ଜଣ ମହିଳା ପ୍ରାୟ ସମ ବୟସ୍କ। ତେଣୁ ସେ ଦୁହିଁଙ୍କ ଭିତରୁ ପିଲାଟିର ମାଆ କିଏ ତାହା ଜାଣିବା ନିଶ୍ଚୟ କଷ୍ଟକର ବ୍ୟାପାର। ତେବେ, ଟିକେ ବୁଦ୍ଧି ଖୁର୍ଚ୍ଚ କରନ୍ତୁ। ପିଲାମାନଙ୍କ ମାନସିକତାର ନିକଟତର ହୁଅନ୍ତୁ। ଆପଣଙ୍କୁ ଆପଣଙ୍କ ଉତ୍ତର ମିଳିଯିବ। ଏହା କୌଣସି ଝିଂଝଟକର ପ୍ରଶ୍ନ ନୁହେଁ। ଫଟୋଟି ଭିତରେ ହଜିଯାଆନ୍ତୁ, ଦେଖନ୍ତୁ ଉତ୍ତର ସାମ୍ନାରେ ରହିଛି।
ଆପଣ ଭାବୁଛନ୍ତି କି ଆପଣଙ୍କ ଡାହାଣ ପାର୍ଶ୍ୱରେ ବସିଥିବା ଧଳା ରଂଗର ପୋଷାକ ପିନ୍ଧିଥିବା ମହିଳା ଜଣକ ପିଲାର ମାଆ ବୋଲି, ତେବେ ଏକ୍ଦମ୍ ଭୁଲ ଭାବୁଛନ୍ତି। ବରଂ ତାଙ୍କ ବିପରୀତରେ ବସିଥିବା କଳା ପୋଷାକ ପିନ୍ଧିଥିବା ମହିଳା ଜଣକ ହେଉଛନ୍ତି ପିଲାଟିର ମାଆ।
ଶିଶୁ ବିଷେଶଜ୍ଞଙ୍କ କହିବା ଅନୁଯାୟୀ, ଯଦି ପିଲାମାନଙ୍କ ପାଖାପାଖି ସେମାନଙ୍କ ବାପା କିମ୍ବା ମାଆ ଥାଆନ୍ତି ତେବେ ସେମାନେ ସେମାନଙ୍କ ଖେଳିବା ସମୟରେ ବି ବାପାମାଆଙ୍କୁ ଆଖି ସାମ୍ନାରେ ଦେଖିବାକୁ ଚାହାନ୍ତି। ଏପରିକି ବାପା ଓ ମାଆ ଦୁହେଁ ବିପରୀତ ଦିଗରେ ଥିଲେ ସେମାନେ ମାଆ ଆଡ଼କୁ ମୁହଁ କରିବାକୁ ଶ୍ରେୟସ୍କର ଭାବିଥାନ୍ତି। ସେମାନେ ଚେତନରେ ବା ଅବଚେତନରେ ନିଜ ଆଖି ସାମ୍ନାରେ ତାଙ୍କ ମାଆଙ୍କୁ ଦେଖିବାକୁ ଚାହାନ୍ତି। ଯଦିଓ ଆପଣ ଦେଖିପାରୁଥିବେ ଫଟୋରେ ପିଲାଟି କଳା ରଂଗର ପୋଷାକ ପିନ୍ଧିଥିବା ମହିଳାଙ୍କ ଆଡ଼କୁ ମୁହଁ କରି ଖେଳୁଛି।
ଏହାଛଡ଼ା ଆପଣ ଆହୁରି ବି ଦେଖିପାରୁଥିବେ ଯେ ଧଳା ପୋଷାକ ପିନ୍ଧିଥିବା ମହିଳା ଜଣକ କଳା ପୋଷାକ ପିନ୍ଧିଥିବା ମହିଳାଙ୍କ ଆଡ଼କୁ ନଜର ଦେଇଛନ୍ତି। ମାତ୍ର କଳା ପୋଷାକ ପିନ୍ଧିଥିବା ମହିଳା ଜଣକ ପିଲାଟିକୁ ଚାହିଁଛନ୍ତି। ମାଆଟିଏ ଯେତେ କାମରେ କିମ୍ବା କଥାରେ ବ୍ୟସ୍ତ ରହିଲେ ବି ଅଜାଣତରେ ତାଙ୍କ ଧ୍ୟାନ ସବୁବେଳେ ନିଜ ପିଲା ଉପରେ ଥାଏ। ତେଣୁ ଏହି ଦୁଇଟି ଯାକ ସଂକେତରୁ ଜାଣି ହେଉଛି ଯେ ପିଲାଟିର ମାଆ ହେଉଛନ୍ତି କଳା ରଂଗର ପୋଷାକ ପିନ୍ଧିିଥିବା ମହିଳା।
ଯଦି ଆପଣ ଠିକ୍ ଉତ୍ତର ଭାବିଥିଲେ ତେବେ ଆପଣ ବୌଦ୍ଧିକ ସ୍ଥରରେ ସବଳ। ଜଣେ ସୃଜନଶୀଳ ବ୍ୟକ୍ତି ବୋଲି ପ୍ରମାଣ ହୋଇଗଲା।