ଏହା କୌଣସି ପାଠ୍ୟ ପୁସ୍ତକର ପ୍ରଶ୍ନ ନୁହେଁ ଯେ ଉତ୍ତର ଦେବାକୁ ଆପଣଙ୍କୁ କଷ୍ଟ କରିବାକୁ ପଡ଼ିବ। ସାମାନ୍ୟ ବୁଦ୍ଧି ଖର୍ଚ୍ଚ କଲେ ନିରକ୍ଷର ବ୍ୟକ୍ତି ମଧ୍ୟ ଉତ୍ତର ଦେଇପାରନ୍ତି। ତା’ଛଡ଼ା ସ୍ୱାକ୍ଷର ବା ନିରକ୍ଷର ଉପରେ କାହାର ବୁଦ୍ଧି ନିର୍ଭର କରେ ନାହିଁ। ଆପଣ କେତେ ବୁଦ୍ଧିମାନ ନିଜେ ହିଁ ପରୀକ୍ଷା କରି ଜାଣିନିଅନ୍ତୁ।
ଆମର ପ୍ରଶ୍ନଟି ହେଉଛି, ‘ଗୋଟିଏ ପାତ୍ରରେ ୧୦ଟି ମାଛ ଥିଲେ। ସେଥିରୁ ୨ଟି ମାଛ ବୁଡ଼ିଗଲେ, ୪ଟି ପହଁରିକି ପଳାଇଲେ ଏବଂ ୩ଟି ମାଛ ମରିଗଲେ, ତାହେଲେ ସେ ପାତ୍ରରେ ଆଉ କେତୋଟି ମାଛ ରହିଲେ?’
ଉତ୍ତର ୧ ବୋଲି ଆପଣ ଭାବୁଛନ୍ତି କି? ଏକଦମ୍ ଭୁଲ୍। ପ୍ରଥମ କଥା ହେଲେ ଯେଉଁ ଦୁଇଟି ମାଛ ବୁଡ଼ିବା କଥା ଲେଖାଯାଇଛି ସେମାନେ କ’ଣ ବାସ୍ତବରେ ବୁଡ଼ିପାରନ୍ତି! ମାଛ ପରା ପାଣିରେ ରୁହନ୍ତି, ସେମାନେ ବୁଡ଼ିଯିବେ କିପରି?
/sambad/media/post_attachments/wp-content/uploads/2018/01/7977773_f520-300x225.jpg)
ଦ୍ୱିତୀୟରେ ୪ ଜଣ ମାଛ ପହଁରିକି ପଳାଇଲେ ବୋଲି ଲେଖାଯାଇଛି। କିପରି ଯାଇପାରିବେ କୁହନ୍ତୁ ତ? ପ୍ରଥମରୁ ପରା ଲେଖାଯାଇଛି ମାଛଗୁଡ଼ିକ ପାତ୍ର ମଧ୍ୟରେ ଥିଲେ। ସେ କ’ଣ କେଉଁ ନଦୀ କି ସମୁଦ୍ରରେ ଥିଲେ ଯେ ପହଁରିକି ଚାଲିଯିବେ? ସେ ପହଁରିକି କେଉଁଠିକୁ ଓ କେମିତି ଯାଇଥିବେ? ସେମାନେ ବି ସେଇଠି ଥିଲେ।
ତୃତୀୟରେ ଲେଖାଯାଇଛି ୩ଟି ମାଛ ମରିଗଲେ। ଧରିନିଅନ୍ତୁ ସେମାନେ ମରିଯାଇଛନ୍ତି। ତାମାନେ କ’ଣ ସେମାନେ ସେ ପାତ୍ରରେ ନାହାନ୍ତି କି? ଯେପର୍ଯ୍ୟନ୍ତ କେହି ଉକ୍ତ ପାତ୍ରରୁ ମରିଯାଇଥିବା ୩ଟି ମାଛକୁ କାଢ଼ି ନଥିବେ ସେପର୍ଯ୍ୟନ୍ତ ସେ ପାତ୍ରରେ ୧୦ଟି ଯାକ ମାଛ ଥିବେ।
ଏଥର ଉତ୍ତର ଜାଣିପାରିଲେ ତ? ସେହି ପାତ୍ର ଭିତରେ ପୂର୍ବ ପରି ୧୦ରୁ ୧୦ ମାଛ ରହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/fish-in-tank.jpg)