ମଜାଦାର ଦୃଶ୍ୟ: ବେଦୀରେ ବସି ପ୍ଲାଷ୍ଟିକ ବୋତଲରେ ଖୋଳୁଛନ୍ତି ବର-ବଧୂ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବିବାହ ପାଇଁ ବର-ବଧୂ ବେଦୀରେ ବସିଥିବା ସମୟରେ ଏକ ପ୍ଲାଷ୍ଟିକ ବୋତଲରେ ଖେଳୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ‌ଲୋକମାନେ ବି ଏହାକୁ ଦେଖିବାକୁ ଖୁବ ପସନ୍ଦ କରୁଛନ୍ତି।

ଏହି କଶ୍ମୀର ବର ଓ କନ୍ୟାଙ୍କ ବେଦୀରେ ବୋତଲ ଖେଳୁଥିବା ଦୃଶ୍ୟକୁ ଅତୁଲ ସୈନି ଇନଷ୍ଟାଗ୍ରାମ‌ରେ ସେୟାର କରିଛନ୍ତି। ଏଥିରେ ବର କ୍ରିମ ଓ ସୁନେଲି ରଙ୍ଗର ସେରୱାନୀ ପିନ୍ଧିଥିବା ବେଳେ କନ୍ୟା ପାରମ୍ପରିକ ଶୈଳୀରେ ଲେହେଙ୍ଗା ପିନ୍ଧି ବେଦୀରେ ବସିଛନ୍ତି। ବିବାହ ଚାଲିଥିବା ସମୟରେ ବ୍ରାହ୍ମଣ କିଛି ସମୟ ପାଇଁ ବିଶ୍ରାମ ଦେଇଥିଲେ।

 

 

View this post on Instagram

 

A post shared by Atul Saini (@insideoutdog_own)

ଏହି ବିଶ୍ରାମ ସମୟରେ ଦୁହେଁ ପ୍ଲାଷ୍ଟିକ ବୋତଲ ପାଇ ବେଦୀ ଉପରେ ହିଁ ଖେଳିବାକୁ ଲାଗିଥିଲେ। ଆଉ ଏହି ଭିଡିଓର ବେକ ଗ୍ରାଉଣ୍ଡରେ ‘ରବ ନେ ବନା ଦି ଯୋଡ଼ି’ର ଗୀତ ଲାଗିଥିବା ଶୁଣିବାକୁ ଲାଗିଛି।

 

ସମ୍ବନ୍ଧିତ ଖବର