ଇରାନ୍‌ର ପ୍ରାଚୀନ ଐତିହ୍ୟ ସ୍ଥଳୀ

ପ୍ରଥମ ଭାଗ

ଜାନୁଆରି ୩ ତାରିଖରେ ଇରାନ୍‌ର କମାଣ୍ଡର୍‌ କାଶିମ ସୁଲେମାନିଙ୍କୁ ଡ୍ରୋନ୍‌ ଆକ୍ରମଣରେ ହତ୍ୟା କରାଯିବା ପରେ ଇରାନ୍‌ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ବିବାଦ ତୀବ୍ର ହୋଇ ଉଠିଲା। ଇରାନ୍‌ ସୁଲେମାନିଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଘୋଷଣା କରିବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ କହିଲେ କି, ସେ ଏକକାଳୀନ ଇରାନ୍‌ର ୫୨ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଉପରେ ଆକ୍ରମଣ କରିବେ। ସେ ୫୨ଟି ସ୍ଥାନରେ ରହିଛି ଇରାନ୍‌ ବହୁ ପ୍ରାଚୀନ ଐତିହ୍ୟସ୍ଥଳୀ। କିନ୍ତୁ, ଏହାକୁ ଆକ୍ରମଣ ନ କରିବାକୁ ‘ୟୁନେସ୍କୋ’ ଆମେରିକାକୁ କହିଛି।

ଇରାନ୍‌ରେ ଥିବା ଦୁଇ ଡଜନ ‘ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳୀ’ରୁ ୨୨ଟି ହେଉଛି ସାଂସ୍କୃତିକ ପୀଠ। ଏହି ପୀଠ ସବୁ ସମଗ୍ର ଇରାନ୍‌ର ଧାର୍ମିକ, ଅର୍ଥନୈତିକ, ସ୍ଥାପତ୍ୟ, ସାମାଜିକ କୃତିତ୍ୱ ଏବଂ ଇତିହାସର ପ୍ରତିନିଧିତ୍ୱ କରନ୍ତି।

Imgage Source: USA Today

ଇରାନ୍‌ର ଆର୍ମେନୀୟ ମଠ: ଇରାନ୍‌ର ଉତ୍ତରପଶ୍ଚିମରେ ଥିବା ଏହି ତିନି ମଠ ହେଉଛି ଆର୍ମେନୀୟ ସ୍ଥାପତ୍ୟ ଓ ଅଳଙ୍କରଣର ଉଦାହରଣ। ଏହି ତିନୋଟି ସ୍ଥାପତ୍ୟ ମଧ୍ୟରୁ ସବୁଠୁ ପୁରୁଣା ହେଉଛି ସେଣ୍ଟ୍‌ ଥାଡସ୍‌। ଏହା ସପ୍ତମ ଶତାବ୍ଦୀରେ ନିର୍ମିତ ହୋଇଥିଲା।

Image Source: USA Today

ବାମ୍‌ ଏବଂ ଏହାର ସାଂସ୍କୃତିକ ଭୂମି: ବାମ୍‌ ଏବଂ ଏହାର ସାଂସ୍କୃତିକ ଭୂମି ହେଉଛି କେନ୍ଦ୍ରୀୟ ଇରାନୀୟ ଭୂଖଣ୍ଡରେ ବିକଶିତ ପ୍ରାଚୀନ ଉନ୍ନତ ଜନବସତିର ପ୍ରକୃଷ୍ଟ ଉଦାହରଣ। ଏହା ଖ୍ରୀଷ୍ଟପୂର୍ବ ଷଷ୍ଠରୁ ଚତୁର୍ଥ ଶତାବ୍ଦୀରେ ନିର୍ମିତ।

Image Source: USA Today

ବାଇସୋତୁନ୍‌: ଚୂନପଥରରେ ଖୋଦିତ ଆଲେଖ୍ୟ ନିମନ୍ତେ ପଶ୍ଚିମ ଇରାନ୍‌ର କେର୍‌ମାନଶାହ ପ୍ରଦେଶରେ ଥିବା ବାଇସୋତୁନ୍‌ ପ୍ରସିଦ୍ଧ। ଏହି ବିଶାଳ ଆଲେଖ୍ୟ ହେଉଛି ପ୍ରଥମ ‘ଡେରିଅସ୍‌ ଦି ଗ୍ରେଟ୍‌’ଙ୍କର ସାମ୍ରାଜ୍ୟ ପୁନଃପ୍ରତିଷ୍ଠା କରିବା ଭଳି ଐତିହାସିକ ଘଟଣାର ଏକମାତ୍ର ଜଣାଶୁଣା ଦସ୍ତାବିଜ।

Image Source: USA Today

ମେ’ମାନ୍ଦ୍‌ର ସାଂସ୍କୃତିକ ଉପତ୍ୟକା: ଇରାନ୍‌ର କେନ୍ଦ୍ରୀୟ ପର୍ବତସମୂହରେ ଅବସ୍ଥିତ ଏହି ଉପତ୍ୟକାରେ ଆଂଶିକ ଯାଯାବର ଶ୍ରେଣୀୟ ଲୋକେ ବସବାସ କରନ୍ତି। ସୁଦୂର ଅତୀତରେ ଲୋକମାନେ ଯେ ଜୀବଜନ୍ତୁଙ୍କ ଠାରୁ ଭ୍ରମଣଶୀଳ ଥିଲେ ଏହି ଅଞ୍ଚଳ ତା’ର ଉତ୍ତମ ଉଦାହରଣ।

Image Source: USA Today

ଗୋଲେସ୍ତାନ ପ୍ରାସାଦ: କ୍ୱାଜର ଅମଳର ଉତ୍କଷ୍ଟ ସ୍ଥାପତ୍ୟ ହେଉଛି ବିଳାଶମୟ ଗୋଲେସ୍ତାନ ପ୍ରାସାଦ। ଏଥିରେ ଆଦ୍ୟକାଳୀନ ପାରସ୍ୟ କାରୁକଳାରେ ପାଶ୍ଚାତ୍ୟ କାରୁକଳାର ପ୍ରଭାବ ଦେଖିବାକୁ ମିଳେ। ତେହେରାନ୍‌ର ଐତିହାସିକ ତଥା ପୁରାତନ କୋଠାବାଡ଼ି ମଧ୍ୟରେ ଏହି ପ୍ରାସାଦ ଅନ୍ୟତମ।

Image Source: USA Today

ଗୋନ୍‌ବାଦ୍‌-ଏ କ୍ୱାବସ୍‌: ୧୭୪ ଫୁଟ୍‌ ଉଚ୍ଚ ଗୋନ୍‌ବାଦ୍‌-ଏ କ୍ୱାବସ୍‌ ଗମ୍ବୁଜ ଜିୟାରିଦ୍‌ର ଶାସକ ଓ ସାହିତ୍ୟିକ କ୍ୱାବସ୍‌ ଇବନ୍‌ ଭୋସମଗିର୍‌ଙ୍କ ସମାଧି। ଚତୁର୍ଦ୍ଦଶ ଏବଂ ପଞ୍ଚଦଶ ଶତାବ୍ଦୀରେ ଧ୍ୱଂସ ପାଇଥିବା ଏହି ଗମ୍ବୁଜ ହେଉଛି ଜୋର୍‌ଜାନ୍‌ର ଏକ ପୁରୁଣା କଳା ଓ ବିଜ୍ଞାନ କେନ୍ଦ୍ରର ନମୁନା।

Image Source: USA Toay

ଐତିହାସିକ ୟାଜ୍‌ଦ୍‌ ସହର: ମରୁଭୂମିରେ ମିଳୁଥିବା ସୀମିତ ସମ୍ବଳକୁ ବିଜ୍ଞତାର ସହ ଉପଯୋଗ କରି ବଞ୍ଚିବାର ଦୃଷ୍ଟାନ୍ତ ଦିଏ ୟାଜ୍‌ଦ୍‌ ସହର। ଢାଲୁରେ ନିର୍ମିତ ଭୂତଳ ଚାନେଲ୍‌ରେ ଏହି ସହର ମଧ୍ୟକୁ ଜଳ ଯୋଗାଣ କରାଯାଇଥାଏ।

Image Soruce: USA Today

ଇସ୍‌ଫାହନ୍‌ର ମସ୍‌ଜେଦ୍‌-ଏ ଜାମେ: ଏହା ହେଉଛି ଶୁକ୍ରବାର ନମାଜ ପାଠ ନିମନ୍ତେ ଇରାନ୍‌ର ସର୍ବପୁରାତନ ସାର୍ବଜନିକ ମସ୍‌ଜିଦ୍‌। ଦ୍ୱାଦଶ ଶତାବ୍ଦୀରେ ହୋଇଥିବା ମସ୍‌ଜିଦ୍‌ ସ୍ଥାପତ୍ୟର ବିକାଶ ଚମତ୍କାର ଚିତ୍ରକଳା ମସ୍‌ଜିଦ୍‌-ଏ ଜାମେରେ ଦେଖିବାକୁ ମିଳେ।

Image Source: USA Toada

ଏସ୍‌ଫାହନ୍‌ର ମୈଦାନ୍‌ ଇମାମ୍‌: ସପ୍ତଦଶ ଶତାବ୍ଦୀରେ ପ୍ରଥମ ଶାହା ଅବ୍ଦାସଙ୍କ ଦ୍ୱାରା ନିର୍ମିତ ଏସ୍‌ଫାହାନ ହେଉଛି ସର୍ବସାଧାରଣଙ୍କ ଲାଗି ଉଦ୍ଦିଷ୍ଟ ଗୋଟାଏ ଛକ। ଏହାର ଦୁଇ ପାଖରେ ରହିଛି ସୁରମ୍ୟ ଅଟ୍ଟାଳିକାମାନ। ବିଶ୍ୱରେ ଥିବା ସହରର ବଡ଼ ବଡ଼ ଛକମାନଙ୍କ ମଧ୍ୟରେ ଏହା ଅନ୍ୟତମ ଏବଂ ଇରାନୀୟ ଏବଂ ଇସ୍‌ଲାମୀୟ ସ୍ଥାପତ୍ୟର ଉତ୍କଷ୍ଟ ନମୁନା।

Image Source: USA Today

ପାସରଗାଦାଏ: ଏହା ହେଉଛି ଆକେମେନିଦ୍‌ ସାମ୍ରାଜ୍ୟର ପ୍ରଥମ ରାଜଧାନୀ। ଏଠାକାର ପ୍ରାସାଦ, ଉଦ୍ୟାନ ଏବଂ ସାଇରସ୍‌ଙ୍କ ବିଶାଳ ସମାଧି ଅଟ୍ଟାଳିକା ହେଉଛି ପାରସ୍ୟ ସଭ୍ୟତାର ଉନ୍ନତ ଉଦାହରଣ। (ଏସ୍‌ପି)

ସମ୍ବନ୍ଧିତ ଖବର