ୱେଟିଙ୍ଗ ଟିକେଟ କନ୍‌ଫର୍ମ ହେବ କି ନାହିଁ ତାହାର ଆଗୁଆ ସୂଚନା ମିଳିବ : ଆଇଆରସିଟିସିର ନୂତନ ନିୟମ ଲାଗୁ

ନୂଆଦିଲ୍ଲୀ : ଟ୍ରେନ୍‌ ଟିକେଟ୍‌ ବୁକିଂ ସମୟରେ ଲମ୍ବା ୱେଟିଂ ଲିଷ୍ଟ ଦେଖି ପ୍ରାୟତଃ ଯାତ୍ରୀ ଚିନ୍ତାରେ ପଡ଼ିଯାଆନ୍ତି। ଟିକେଟ୍‌ କନଫର୍ମ ହେବ କି ନାହିଁ ନେଇ ଅନେକ ଦ୍ୱନ୍ଦ୍ୱ ରହିଥାଏ । ବହୁ ସମୟରେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ମଧ୍ୟ ୱେଟିଂ ଟିକେଟ୍‌ କନଫର୍ମ ହୋଇ ନ ଥାଏ, ଯାହା ଫଳରେ ଯାତ୍ରା ରଦ୍ଦ କରିବାକୁ ପଡ଼ିଥାଏ । ତେବେ ଏହି ଅସୁବିଧାର ସମାଧାନ ଯାତ୍ରୀଙ୍କ ପାଇଁ ଆଣିଛି ଆଇଆରସିଟିସି । ଏହି ବ୍ୟବସ୍ଥା ଅନୁଯାୟୀ ଟିକେଟ କ୍ରୟ କରୁଥିବା ସମୟରେ ହିଁ ଜଣାପଡ଼ିଯିବ ତାହା ପରବର୍ତ୍ତୀ ସମୟରେ କନଫର୍ମ ହେବ କି ନାହିଁ। ଆଜି ଆଇଆର୍‌ସିଟିସି ତାହାର େଓ୍ଵବସାଇଟ୍‌କୁ ନୂତନ ରୂପ ଦେବା ସହ ରେଲ ସୂଚନା ବ୍ୟବସ୍ଥା(ସିଆରଆଇଏସ୍‌ ) ଦ୍ୱାରା ଏହି ନୂତନ ବ୍ୟବସ୍ଥାର ଆରମ୍ଭ କରିଛି।

India Today

ରେଳ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା କ୍ରମେ, ୱେଟିଂ ତାଲିକା କନଫର୍ମ ହେବ କି ନାହିଁ, ତାହା ଆରଏସି ନିୟମ ଦ୍ୱାରା ପୂର୍ବରୁ ଜାଣିପାରିବେ । ପ୍ରଥମ ଥର ପାଇଁ ଯାତ୍ରୀଙ୍କ ଟିକେଟ ବୁକିଂ ପ୍ରଣାଳୀରେ ଏଭଳି ପରିବର୍ତ୍ତନ କରାଯାଇଛି। ଏହାକୁ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲ ଲାଗୁ କରିଥିବା ବେଳେ ପୂର୍ବ ବର୍ଷଏହି ସୁବିଧା ସୂଚନା େଓ୍ଵବ୍‌ସାଇଟରେ ଦେଇଥିବା ବେଳେ ଏହାକୁ କାର୍ଯକାରୀ କରିବା ପାଇଁ ବର୍ଷକର ସମୟ ପ୍ରଦାନ କରିଥିଲେ । ଏହା ଦ୍ୱାରା ଭାରତୀୟ ରେଳ ଯାତ୍ରୀଙ୍କୁ ବହୁ ମାତ୍ରାରେ ସୁବିଧା ହେବ ବୋଲି ଆଶା କରାଯାଇଛି।

ସମ୍ବନ୍ଧିତ ଖବର