ପେନସନ ଟଙ୍କା ହାତେଇବାକୁ ଦାଦାଙ୍କ ମୃତଦେହ ନେଇ ପହଞ୍ଚିଲେ ଯୁବକ, ତା’ପରେ…

ନୂଆଦିଲ୍ଲୀ: ଲୋକମାନେ ଟଙ୍କା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି,ଯାହାର ଅନେକ ଉଦାହରଣ ଆମେ ଦେଖିଛେ | ଆୟର୍ଲାଣ୍ଡରେ ମଧ୍ୟ ସେଭଳି ଏକ ଘଟଣା ଘଟିଛି | ଏଠାରେ ଜଣେ ବ୍ୟକ୍ତି ଦାଦାଙ୍କ ପେନ୍‌ସନ୍‌ ଟଙ୍କା ହଡପ କରିବାକୁ ତାଙ୍କ ମୃତଦେହକୁ ନେଇ ପହଞ୍ଚିଥିବା ଜଣାପଡିଛି | କେହି ଯେମିତି ସେ ମୃତ ବୋଲି ଜାଣିପାରିବେ ନାହିଁ, ସେ ନେଇ ଯୁବକଜଣକ ନିଜ ଦାଦାଙ୍କ ମୃତ ଦେହକୁ ଏକ ହ୍ୱିଲ ଚେୟାରରେ ନେଇଥିବା ସାମ୍ନାକୁ ଆସିଛି | ନିଜ ଦାଦାଙ୍କୁ ହ୍ୱିଲ ଚେୟାରରେ ନେଇ ସେ ଦେଖାଇବାକୁ ଚେଷ୍ଟା କରିଥିଲେ ଯେ, ତାଙ୍କ ଦାଦା ଅସୁସ୍ଥ ଅଛନ୍ତି ଏବଂ ତାଙ୍କୁ ଯଥାଶୀଘ୍ର ଟଙ୍କା ଦରକାର | ହେଲେ ସେଠାରେ ଥିବା କର୍ମଚାରୀ ତାଙ୍କ ଉପରେ ସନ୍ଦେହ କରି ପୁଲିସକୁ ଡାକିବା ପରେ ସବୁ ସତ ସାମ୍ନାକୁ ଆସିଥିଲା | ଏବେ ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖି ପଚାରଉଚରା କରୁଛି |

ପୁଲିସ ଅଟକ ରଖିବା ପରେ ଅଭିଯୁକ୍ତ ପୁଲିସକୁ ଅଜବ ବୟାନ ଦେଇଥିବା ଜଣାପଡିଛି | ଅଭିଯୁକ୍ତ କହିଛି ଯେ, ମୁଁ ଦାଦାଙ୍କର ହତ୍ୟା କରିନାହିଁ କି ତାଙ୍କ ପେନସନ ଟଙ୍କା ହଡପ କରିବାକୁ ଚାହୁଁନଥିଲି | ସେ ମୋତେ ତାଙ୍କୁ ପୋଷ୍ଟ ଅଫିସ ନେଇଯିବାକୁ କହିଥିଲେ | ତାଙ୍କର ପେନସନ ଟଙ୍କା ଆଣିବାର ଥିଲା ବୋଲି ସେ ମୋତେ ହ୍ୱିଲ ଚେୟାରରେ ବସାଇ ନେଇଯିବାକୁ କହିବାରୁ ମୁଁ ତାଙ୍କୁ ଆଣିଥିଲି | ବାଟରେ କେତେବେଳେ ତାଙ୍କର ମୃତ୍ୟୁ ହୋଇଗଲା ମୁଁ ଜାଣିନାହିଁ | ତେବେ ପ୍ରକୃତ ସତ କ’ଣ ତାହା ଜାଣିବା ପାଇଁ ପୁଲିସ ଏବେ ତଦନ୍ତ ଜୋରଦାର କରିଛି |

ସମ୍ବନ୍ଧିତ ଖବର