ଆସନ୍ତୁ ଜାଣିବା, କେଉଁ ସ୍ୱାସ୍ଥ୍ୟ ସମସ୍ୟାରେ ସୋୟାବିନ ଖାଇବା କ୍ଷତିକାରକ ହୋଇପାରେ?

ପ୍ରୋଟିନ, ଅମିନୋ ଏସିଡ, କାଲସିୟମ ଏବଂ ଫାଇବରରୁ ଭରପୁର ସୋୟାବିନ ସେବନ ଶରୀର ପାଇଁ ଅଧିକ ଲାଭଦାୟକ ଅଟେ। ସୋୟାବିନ ଖାଇବା ଦ୍ୱାରା ଚର୍ମଠାରୁ ଆରମ୍ଭ କରି ଅନେକ ରୋଗବେମାରୀ ଦୂରୀଭୁତ ହୋଇଥାଏ, କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହା ସ୍ୱାସ୍ଥ୍ୟ ପାଇଁ ବି କ୍ଷତିକାରକ ହୋଇପାରେ। କିଛି ହେଲଥ କଣ୍ଡିସନରେ ସୋୟାବିନର ସେବନ ବିଷ ଭଳି କାମ କରିଥାଏ। ଏକ ରିସର୍ଚ୍ଚ ଅନୁସାରେ, କିଛି ରୋଗବେମାରୀରେ ସୋୟାବିନର ସେବନ ବିଷ ବୋଲି ଗ୍ରହଣ କରାଯାଇଛି। ରୋଗୀ ଯଦି ଲଗାତର ଭାବରେ ସୋୟାବିନ ସେବନ କରନ୍ତି ତେବେ ଏହା ଏକ ସ୍ଲୋ ପଏଜନ ଭଳି ଶରୀରକୁ ନିଷ୍ଟ କରିଦେଇଥାଏ। ଯଦି ଆପଣ ମଧ୍ୟ ସୋୟାବିନ ସେବନ କରୁଛନ୍ତି ତେବେ ଆଜିଠାରୁ ଖାଇବା ବନ୍ଦ କରିଦିଅନ୍ତୁ। ତେବେ ଆସନ୍ତୁ ଜାଣିବା କେଉଁ ସ୍ୱାସ୍ଥ୍ୟ ସମସ୍ୟାରେ ସୋୟାବିନ ଖାଇବା କ୍ଷତିକାରକ ହୋଇପାରେ।

ହାର୍ଟ ପ୍ରୋବଲେମ : ଯଦି ଆପଣଙ୍କୁ କୌଣସି ବି ପ୍ରକାରର ହାର୍ଟ ପ୍ରୋବଲେମ ରହିଛି ତେବେ ସୋୟାବିନ ଖାଇବା ବନ୍ଦ କରିଦିଅନ୍ତୁ । ଅଧ୍ୟୟନ ଅନୁସାରେ, ସୋୟାବିନରେ ଟ୍ରାନ୍‌ସ ଫ୍ୟାକ୍ଟ ଉପଲବ୍ଧ ଥାଏ। ଯାହାକି ହାର୍ଟ ପାଇଁ କ୍ଷତିକାରକ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ହୃଦୟକୁ ଦୁର୍ବଳ କରି ଆପଣଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ।

ଗର୍ଭବତୀ ମହିଳାଙ୍କୁ ଖାଇବାକୁ ମନା ସୋୟାବିନ : ଗର୍ଭବତୀ ଥିବା ସମୟରେ ମହିଳାମାନେ ସୋୟାବିନ ଖାଇବା କୌଣସି ବିପଦରୁ କମ୍‌ ନୁହେଁ । ଏହାଦ୍ୱାରା ପାଚନ କ୍ରିୟାରେ ଅନେକ ଅସୁବିଧା ହୋଇଥାଏ। ଯେଉଁ କାରଣରୁ ମହିଳାମାନଙ୍କୁ ବାନ୍ତି କିମ୍ବା ଦୁର୍ବଳତା ଅନୁଭବ କରିଥାନ୍ତି ।

କିଡନୀ ରୋଗୀଙ୍କ ପାଇଁ କ୍ଷତିକାରକ : ଯଦି ଆପଣଙ୍କର କିଡନୀ ସହ ଜଡିତ କୌଣସି ବି ସମସ୍ୟା ରହିଛି, ତେବେ ଆପଣଙ୍କୁ ସୋୟାବିନ ଠାରୁ ଦୂରରେ ରହିବା ଉଚିତ। କାରଣ କିଡନୀ ପାଇଁ ଏହା ରସାୟନିକ ତତ୍ୱ ବିଷ ଭଳି କାମ କରିଥାଏ । ଏହାଦ୍ୱାରା କିଡନୀ ଫେଲ୍‌ ଭଳି ସମସ୍ୟା ବି ହୋଇପାରେ।

ୟୁରିନ କ୍ୟାନସର : ଏଭଳି ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ସୋୟାବିନଠାରୁ ଦୂରରେ ରହିବା ଉଚିତ।

ଡାଇବେଟିସ : ଡାଇବେଟିସ ରୋଗୀ ମଧ୍ୟ ଅଧିକ ମାତ୍ରାରେ ସୋୟାବିନ ସେବନ ନକରିବା ଉଚିତ । ଏହା ସେମାନଙ୍କ ପାଇଁ ବେଶି କ୍ଷତିକାରକ ପ୍ରମାଣିତ ହୋଇପାରେ। ଯଦି ଆପଣଙ୍କ ପରିବାରରେ କାହାକୁ ଡାଇବେଟିସ ହୋଇଛି ତେବେ ଆପଣଙ୍କୁ ବି ଏହି ରୋଗ ହେବାର ବିପଦ ରହିଛି । ତେଣୁ ଏଭଳି ପରିସ୍ଥିତିରେ ସୋୟାବିନଠାରୁ ଦୂରେଇ ରହିବା ଉଚିତ୍‌।

ଆଲର୍ଜି ପ୍ରୋବଲେମ : ଯଦି ଆପଣ ଚର୍ମଜନିତ ରୋଗରେ ଆକ୍ରାନ୍ତ ଅଛନ୍ତି, ତେବେ ଭୁଲରେ ବି ସୋୟାବିନ ଖାଆନ୍ତୁ ନାହିଁ। ଏହାଛଡା ଯଦି ଆପଣଙ୍କଠାରେ ମାଇଗ୍ରେନ ସମସ୍ୟା ରହିଛି ତେବେ ବି ସୋୟାବିନ ଖାଆନ୍ତୁ ନାହିଁ।

ଥାଇରଏଡ : ଯଦି ଆପଣଙ୍କୁ ମେଦବହୁଳତା ଥାଇରଏଡ ହୋଇଛି ତେବେ ସୋୟାବିନ କିମ୍ବା ଏଥିରେ ପ୍ରସ୍ତୁତ ହୋଇଥିବା କୌଣସି ବି ଖାଦ୍ୟ ଜିନିଷ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ହାନିକାରଣ ଅଟେ। ଏହାଦ୍ୱାରା ଆପଣଙ୍କ ଓଜନ ନିୟନ୍ତ୍ରଣ ରହିବା ପରିବର୍ତ୍ତେ ଅଧିକ ବଢି ଯାଇଥାଏ। ତେଣୁ ଏଥିପାଇଁ ଭୁଲରେ ବି ସୋୟାବିନ ଖାଆନ୍ତୁ ନାହିଁ ।

ସମ୍ବନ୍ଧିତ ଖବର