ଭୂତ ! ଏକୁଟିଆ ବସିଥିବା ମହିଳାଙ୍କ କଡ଼ରେ ଇଏ ପୁଣି କାହାର ଛାଇ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଳୀ: ଭୂତ, ପ୍ରେତ ବୋଲି କିଛି ଦୁନିଆରେ ଅଛି ବୋଲି ତାହାର କୌଣସି ପ୍ରମାଣ ନାହିଁ। ତା’ସତ୍ତ୍ବେ ଅଧିକାଂଶ ଲୋକ ଏଥିରେ ବିଶ୍ବାସ ରଖନ୍ତି। କେହି କେହି ଏହାକୁ ଅନ୍ଧବିଶ୍ବାସ କହୁଥିବା ବେଳେ କେହି କେହି ଏହାକୁ ସତ ବୋଲି କହିଥାନ୍ତି।

ଜଣେ ଟିକ୍‌ଟକ୍‌ର ନିକଟରେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ସେୟାର କରିଛନ୍ତି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ। ଟିକ୍‌ଟକ୍‌ର ମହିଳା ଜଣକ ଦାବି କରିଛନ୍ତି ଯେ ସେ ଏକୁଟିଆ ଏକ ରୁମ୍‌ରେ ଥିଲା‌ବେଳେ କେହି ଜଣେ ଅଶରୀରୀ ତାଙ୍କ କଡ଼ରେ ବସିଛି। ତାଙ୍କ ସାମ୍ନାରେ ଥିବା ଟିଭି ସ୍କ୍ରିନରେ ପଡୁଥିବା ଛାଇରେ ମହିଳାଙ୍କ ପାଖରେ ଆଉ ଜଣେ ବସିଥିବା ସ୍ପଷ୍ଟ ଦେଖି ହେଉଛି। ଉକ୍ତ ଘଟଣାର ଭିଡିଓ କରି ସେ ପୋଷ୍ଟ୍‌ କରି ଭୂତର ଉପସ୍ଥିତିର ପ୍ରମାଣ ଦେବାକୁ ଚେଷ୍ଟା କରିଛନ୍ତି ମହିଳା।

ସୌଜନ୍ୟ: ଭାଇରାଲ୍‌ ୱାର୍ଲଡ

 

ଭିଡିଓରେ ଦେଖିବାକୁ ମିଳିଛି ଯେ ମହିଳା ଜଣକ ଏକୁଟିଆ ବସିଛନ୍ତି ବୋଲି ପ୍ରଥମେ ନିଜ ଆଡ଼େ କ୍ୟାମେରା ବୁଲେଇ ଦେଖାଇଛନ୍ତି। ତା’ରେ ଟିଭିରେ ପଡୁଥିବା ଛାଇ ଆଡ଼େ କ୍ୟାମେରା ବୁଲେଇଛନ୍ତି। ଟିଭି ପରଦାରେ ମହିଳାଙ୍କ କଡ଼ରେ ଅନ୍ୟ ଜଣେ ବସିଥିବା ଭଳି ଦୃଶ୍ୟମାନ ହୋଇଛି। ମହିଳା ଜଣକ ନିଜ ଶରୀରକୁ ଟିକେ ହଲାଉଛନ୍ତି। ମାତ୍ର ତାଙ୍କ କଡ଼ର ଛାଇ ଟିକେ ବି ହଲଚଲ ହେଉନାହିଁ।

ଭିଡିଓଟି ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ ହେବା ପରେ ଏହାକୁ ଅନେକ ଲୋକ ଦେଖିବା ସହ କମେଣ୍ଟ୍‌ ମଧ୍ୟ କରିଛନ୍ତି। କେହି କେହି ଭିଡିଓଟିକୁ କଟ୍‌ ନକରି ସିଧା ସୁଟ୍‌ କର ବୋଲି ଲେଖିଥିବା ବେଳେ କେହି କେହି ଏହା ହରର୍‌ ଚଳଚ୍ଚିତ୍ରର ଏକ ଦୃଶ୍ୟ ପରି ଲାଗୁଛି ବୋଲି କମେଣ୍ଟରେ ଲେଖିଛନ୍ତି।

ସମ୍ବନ୍ଧିତ ଖବର