ସରିଗଲାକି ସୃଷ୍ଟିର ଖେଳ? ଜନ୍ମନେଲା ନାଲି ବାଛୁରୀ, ନାଲି ବାଛୁରୀର ଜନ୍ମ ପରେ ସୃଷ୍ଟି ପ୍ରଳୟ ହେବ ବୋଲି ହୋଇଥିଲା ଭବିଷ୍ୟବାଣୀ!

କ’ଣ ସୃଷ୍ଟି ପ୍ରଳୟର ବେଳ ଆସିଲାଣି କି? ଜିଉମାନଙ୍କ ହିସାବରେ ସୃଷ୍ଟି ପ୍ରଳୟର କିଛି ସଂକେତ ଆଗୁଆ ଦେଖାଦେଲାଣି। ଏକ ନାଲି ରଂଗର ବାଛୁରୀ ଜନ୍ମର ଉଦାହରଣ ଦେଇ ୨୦୦୦ ବର୍ଷ ଭିତରେ ଇସ୍ରାଇଲ୍‌ରେ ଏପରି ଘଟିନାହିଁ ବୋଲି ଜିଉମାନେ କହିଛନ୍ତି। ମନ୍ଦିର ସଂସ୍ଥା ପକ୍ଷରୁ କୁହାଯାଇଛି କି ଏହା ବାଇବେଲ୍‌ର ଭବିଷ୍ୟବାଣୀ ଭିତରୁ ଗୋଟିଏ।

ମନ୍ଦିର ସଂସ୍ଥା ଦେଇଥିବା ସୂଚନା ମୁତାବକ, ଏହି ନାଲି ବାଛୁରୀ ୨୦୧୮ ମସିହା ଅଗଷ୍ଟ ୨୮ ତାରିଖରେ ଜନ୍ମ ନେଇଛି। ଏବେ ସେହି ବାଛୁରୀଟିର ଉଚିତ ଦେଖାଶୁଣା କରାଯାଉଛି। କରାଯାଇଥିବା ଭବିଷ୍ୟବାଣୀ ଅନୁସାରେ ବାଛୁରୀ ଭିତରେ ଗୁଣ ସବୁ ଦେଖିବାକୁ ମିଳିିଛି।

ଏହି ବାଛୁରୀକୁ ନେଇ ଏବେ ବହୁ ଗବେଷଣା କରାଯାଉଛି। ଇସ୍ରାଇଲ୍‌ରେ ପ୍ରଥମ ଥର ପାଇଁ ନାଲି ବାଛୁରୀ ଜନ୍ମ ନେଇ ନାହିଁ। ଭବିଷ୍ୟବାଣୀ ମୁତାବକ ପୂର୍ବରୁ ବି ନାଲି ବାଛୁରୀ ଜନ୍ମ ନେଇଥିଲେ। ମାତ୍ର ସେମାନଙ୍କ ମଧ୍ୟରେ ଭବିଷ୍ୟବାଣୀ ମୁତାବକ ଲକ୍ଷଣ ନଥିବାରୁ ସେମାନଙ୍କୁ ତାଲିକାରେ ରଖାଯାଇନଥିଲା।

ଜିଉ ଏବଂ ଖ୍ରୀଷ୍ଟିୟାନ୍‌ ପରମ୍ପରା ମୁତାବକ, ଜେରୁସଲିମ୍‌ରେ ତୃତୀୟ ମନ୍ଦିର ନିର୍ମାଣ ପାଇଁ ଏକ ନାଲି ବାଛୁରୀର ବଳିଦାନ ଜରୁରୀ, ଯାହାକି ଏକ ଯୁଗର ଅନ୍ତିମ ନିର୍ଣ୍ଣୟ ନେବ। ଏହି ନାଲି ବାଛୁରୀ ସେହି ବୋଲି ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର