ନୂଆଦିଲ୍ଲୀ: ମଳ-ମୂତ୍ର ତ୍ୟାଗ କରିବା ଏକ ପ୍ରାକୃତିକ ପ୍ରକ୍ରିୟା । ଜୀବନ ଅଛି ମାନେ ଏ ସବୁ ସ୍ବାଭାବିକ ପ୍ରକ୍ରିୟା । ମଣିଷ ହୁଅନ୍ତୁ କି ପଶୁ ସମସ୍ତେ ମଳ-ମୂତ୍ର ତ୍ୟାଗ କରନ୍ତି । ଆଉ ଏହାକୁ କେହି ଅଟକାଇ ପାରନ୍ତି ନାହିଁ । ଆପଣ ଯେଉଁଠି ବି ଥାନ୍ତୁ ଏସବୁ ପ୍ରକ୍ରିୟା ସମ୍ପାଦନ ପାଇଁ ବ୍ୟବସ୍ଥା ଆଗ ହୋଇଥାଏ । ତେଣୁ ଏଠି ପ୍ରଶ୍ନ ଉଠେ, ମହାକାଶକୁ ଯେଉଁମାନେ ଯାଉଛନ୍ତି ସେମାନେ କେମିତି ମଳ-ମୂତ୍ର ତ୍ୟାଗ କରୁଛନ୍ତି ? କଣ ମହାକାଶରେ ଅଛି କି ପାଇଖାନା ? ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ବାଥରୁମର ବ୍ୟବସ୍ଥା ରହିଛି କି ?
ହଁ ଆଜ୍ଞା ସ୍ପେସ୍ ଷ୍ଟେସନରେ ମଧ୍ୟ ଏକ ସ୍ବତନ୍ତ୍ର ଧରଣର ଟଏଲେଟ୍ ରହିଥାଏ । ଯାହା ମହାକାଶଚାରୀମାନଙ୍କ ପାଇଁ ଥାଏ ଏବଂ ଯେଉଁଠାରେ ମହାକାଶଚାରୀଙ୍କ ମଳ-ମୂତ୍ର ଜମାହୋଇ ରହେ । ଏହି ସ୍ବତନ୍ତ୍ର ଧରଣର ଟଏଲେଟରେ ୩୦ ଥର ଯାଏଁ ମଳ-ମୂତ୍ର ଜମା ହୋଇ ରହିପାରିବ ।
ମହାକାଶଚାରୀଙ୍କ ସ୍ବଚ୍ଛତା ଏବଂ ସୁସ୍ଥତାକୁ ଦୃଷ୍ଟିରେ ରଖି ପ୍ରତି ମହାକାଶଚାରୀଙ୍କ ପାଇଁ ଅଲଗା ଅଲଗା ଟଏଲେଟର ବ୍ୟବସ୍ଥା ଥାଏ । ଯେଉଁଠି ସେମାନେ ନିଜ ନିଜର ଟଏଲେଟ ବ୍ୟବହାର କରନ୍ତି । ମାତ୍ର ସ୍ପେସ୍ ୱାକ୍ ସମୟରେ ହେଉ କି କୌଣସି ପରିସ୍ଥିତିରେ ଯଦି ଟଏଲେଟ୍ ନଥାଏ ତାହାଲେ ସେଠାରେ ଏକ ସ୍ବତନ୍ତ୍ର ଧରଣର ପ୍ୟାଣ୍ଟ ପିନ୍ଧାଯାଏ । ଯେଉଁଠି ମଳ-ମୂତ୍ର ରହିଯାଏ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ।