ମୁକେଶ ଅମ୍ବାନିଙ୍କ ଝିଅ  ଇଶାଙ୍କ ବାର୍ଷିକ ଆୟ ବିଷୟରେ ଜାଣି ଉଡ଼ିଯିବ ଆପଣଙ୍କ ହୋସ, ଜାଣନ୍ତୁ ତାଙ୍କ ସଂପର୍କରେ କିଛି ଖାସ୍‌ କଥା

ମୁମ୍ବାଇ : ଦେଶରେ ହିଁ ନୁହେଁ, ବରଂ ଏସିଆ ମହାଦେଶରେ ଥିବା କୋଟିପତିଙ୍କ ସୂଚୀରେ ରହିଛି ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ନାଁ । ଏବେ ତାଙ୍କ ପଥ ଅନୁସରଣ କରି ସେ ଆଗକୁ ନେଇଥିବା ବ୍ୟବସାୟକୁ ଆହୁରି ଆଗକୁ ନେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ତାଙ୍କ ଦୁଇ ପୁଅ ଏବଂ ଝିଅ ଇଶା ଅମ୍ବାନୀା ଗତ ସେପ୍ଟେମ୍ବର ୨୧ରେ  ଇଶାଙ୍କର ଇଟାଲୀରେ ବ୍ୟବସାୟୀ ଆନନ୍ଦ ପିରାମଲଙ୍କ ସହ ନିର୍ବନ୍ଧ ସମ୍ପନ୍ନ ହୋଇଥିବା ବେଳେ ଏହାକୁ ୩ ଦିନ ପର୍ଯ୍ୟନ୍ତ ଖୁବ୍‌ ଧୁମ୍‌ ଧାମ୍‌ରେ ପାଳନ କରାଯାଇଥିଲା । ଇଶାଙ୍କ ନିର୍ବନ୍ଧ ଉତ୍ସବରେ ଅନେକ ବଲିଉଡ୍‌,ହଲିଉଡ୍‌, ବଡ଼ ବଡ଼ ବ୍ୟବସାୟୀ ଯୋଗ ଦେଇଥିଲେ। ନିର୍ବନ୍ଧ ସଂପନ୍ନ ହୋଇ ଯାଇଥିବା ବେଳେ ବର୍ଷ ଶେଷ ବେଳକୁ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଜଣାପଡ଼ିଛି । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଇଶାଙ୍କ ସହ ଜଡ଼ିତ କିଛି ଅଜଣା କଥା ।

୧.ଇଶା କେବଳ ମୁକେଶ ଅମ୍ବାନୀଙ୍କ ଝିଅ ହିସାବରେ ପରିଚିତ ନୁହନ୍ତି । ସେ ନିଜର ମଧ୍ୟ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଫୋର୍ବସ୍‌ ତାଲିକାରେ  ସବୁଠାରୁ କନିଷ୍ଠ  ଆରବପତି ବିଜ୍‌ନେସ୍‌ ଉମାନ୍‌ ସୂଚୀରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଇଶା।

oneindia.com

୨.୧୯୯୧ରେ ଜନ୍ମ ହୋଇଥିବା ଇଶା ବର୍ଷକୁ ଆୟ କରିଥାନ୍ତି ୪୭୧୦କୋଟି ଟଙ୍କା । ମାତ୍ର ୧୬ବର୍ଷ ବୟସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌  ସେୟାର ହୋଲଡର୍‌ ଭାବେ ୮୦ ମିଲିିୟନ  ଡଲାର୍‌ର ମାଲିକାଣି ବନି ଯାଇଥିଲେ ।

୩.ସେ ଆକାଶ ଅମ୍ବାନୀଙ୍କ ଜାଆଁଳା ଭଉଣୀ ହୋଇଥିବା ବେଳେ ରିଲାଏନ୍ସ କମ୍ପାନିରେ ଟେଲିକମ ଏବଂ ରିଟେଲ କମ୍ପାନିର ନିର୍ଦ୍ଦେଶକ ବୋଲି ଜଣାପଡ଼ିଛି ।

oneindia.com

୪.ୟେଲ ବିଶ୍ୱବିଦ୍ୟାଳୟରୁ ମନୋବିଜ୍ଞାନ ଏବଂ ଏସିଆନ୍‌ ଷ୍ଟଡିିଜ୍‌ରେ ଗ୍ରାଜୁଏସନ୍‌ କରିଥିବା ଇଶାଙ୍କୁ ସ୍ମାର୍ଟ ବିଜ୍‌ନେସ୍‌ ଉମେନ୍‌ର ଟାଇଟଲ ମିଳିଛି ।

ସମ୍ବନ୍ଧିତ ଖବର