ମୁମ୍ବାଇ: ଏସିଆର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଓ ନିତା ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ ନି‌ଜେ ମଧ୍ୟ ଜଣେ ଭଲ ବ୍ୟବସାୟୀ। ସଫଳ ଉଦ୍ୟେ‌ାଗୀ ହେବା ସହ ଈଶାଙ୍କୁ ତାଙ୍କ ପୋଷାକ ପରିଧାନ ଓ ଫ୍ୟାସନ ପାଇଁ ବି ଲୋକେ ବେଶ ଭଲ ଭାବେ ଜାଣନ୍ତି। ଷ୍ଟାଇଲ୍‌ କ୍ଷେତ୍ରରେ ସେ ବଡ଼ ବଡ଼ ଅଭିନେତ୍ରୀଙ୍କୁ ବି ପଛରେ ପକାଇ ପାରନ୍ତି। କୌଣସି ବି ସର୍ବସାଧାରଣ ଇ‌ଭେଣ୍ଟ୍‌ରେ ଈଶା‌ଙ୍କୁ ଆପଣ ଖୁବ୍ ଆକର୍ଷଣୀୟ ପୋଷାକରେ ଦେଖିଥିବେ।

Advertisment

ତାଙ୍କ ପୋଷାକକୁ ସାଧାରଣ ଲୋକମାନେ ପ୍ରାୟତଃ ଅନୁକରଣ କରିଥାନ୍ତି। ନିକଟରେ ଈଶାଙ୍କୁ ‘ଗ୍ରେଟ୍‌ ଇଣ୍ଡିଆନ୍‌ ମ୍ୟୁଜିକାଲ୍‌ ସୋ’ରେ ଦେଖିବାକୁ ମିଳିଥିଲା। ସେ ସୋ’ର ଶେଷ ଦିନରେ ଏକଦମ ସାଧାରଣ ଲୁକ୍‌ରେ ନଜର ଆସିଥିଲେ। ଈଶାଙ୍କ ସାଧାରଣ ଲୁକ୍‌ ସଭିଙ୍କୁ ବେଶ୍‌ ପସନ୍ଦ ଆସିଥିଲା।

ଈଶାଙ୍କୁ ଏକ ଅଫ୍‌-ହ୍ବାଇଟ୍‌ ସିଲ୍‌କ ପୋଷାକରେ ଦେଖିବାକୁ ମିଳିଥିଲା, ଯେଉଁଥିରେ ସୁନେଲି ରଂଗର ଜରି କାମ ହୋଇଥିଲା। କୁର୍ତ୍ତି ସହ ସେ ଏକ ମ୍ୟାଚିଂ ଅର୍ଗେଞ୍ଜା ଓଢ଼ଣୀ ପକାଇଥିବାର ଦେଖିବାକୁ ମିଳିଥିଲେ। କାନରେ ହୀରା କାନଫୁଲ ସହ ଛୋଟ ବିନ୍ଦି ଲଗାଇ ନିଜ ଲୁକ୍‌କୁ ସଂପୂର୍ଣ୍ଣ କରିଥିଲେ। ଈଶା ଅମ୍ବାନୀ ଏହି ପୋଷାକରେ ଖୁବ୍‌ ସୁନ୍ଦର ଦିଶୁଥିଲେ।

ଆପଣ ଜାଣନ୍ତି ଯେ ଆକାଶ ଓ ଈଶା ଅମ୍ବାନୀ ହେଉଛନ୍ତି ଯାଆଁଳା ଭାଇଭଉଣୀ। ଈଶା ଏବେ ରିଲାଲନ୍ସ ଇଣ୍ଡଷ୍ଟ୍ରିର ରିଟେଲ୍‌ ବିଜିନେସ୍‌କୁ ସମ୍ଭାଳୁଛନ୍ତି। ଗତବର୍ଷ ରିଲାଏନ୍ସ ଇଣ୍ଡଷ୍ଟ୍ରିର ବାର୍ଷିକ ସାଧାରଣ ବୈଠକରେ ମୁକେଶ ଅମ୍ବ‌ାନୀ ତାଙ୍କୁ ଏହି ଦାୟିତ୍ବ ଦେଇଛନ୍ତି। ଈଶା ତାଙ୍କ ଦାୟିତ୍ବକୁ ସୁଚାରୁ ରୂପେ ତୁଲାଇ ଗୋଟାଏ ପରେ ଗୋଟାଏ ସଫଳତା ସାଉଁଟିବାରେ ଲାଗିଛନ୍ତି।