ନୂଆଦିଲ୍ଲୀ: ମେଟଗାଲା ୨୦୨୪ରେ ଅମ୍ବାନି ପରିବାରର ଅଲିଅଳି କନ୍ୟା ଇଶା ଅମ୍ବାନୀ ନିଜର ଆକର୍ଷଣୀୟ ଲୁକ ପାଇଁ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି।

Advertisment

ଏହି କାର୍ଯ୍ୟକ୍ରମରେ ଇଶା ଲୋକପ୍ରିୟ ଫ୍ୟାସନ ଡିଜାଇନର ରାହୁଲ ମିଶ୍ରାଙ୍କ ‌ଗୋଲଡନ ଶିମରି ଟାଇମଲେସ ଶାଢ଼ି ଗାଉନରେ ନଜର ଆସିଥିଲେ। ଏହି ଶାଢ଼ିକୁ ସ୍ବତନ୍ତ୍ର ଭାବେ ଗାଲା ୨୦୨୪ର ଥିମ ‘ଦ ଗାର୍ଡେନ ଅଫ ଟାଇମ’ ପାଇଁ ପ୍ରସ୍ତୁତ କରାଯାଇଥିଲା। ଏହି ଶାଢ଼ିରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଲାଇଫସାଇକେଲ ସାମିଲ ରହିଛି।

ଅନାଇତା ଶ୍ରଫ ଅଦଜାନିଆ ଇଶା ଅମ୍ବାନି ପିନ୍ଧିଥିବା ଏହି ଶାଢ଼ିର ଅନେକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଶାଢ଼ି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ଇଶା ଅମ୍ବାନି ପିନ୍ଧିଥିବା ଶାଢ଼ି ଗାଉନରେ ହାତରେ ଏମ୍ବ୍ରୋଡୋରି କରାଯାଇଛି। ଯାହାକୁ ତିଆରି କରିବା ପାଇଁ ୧୦,୦୦୦ ଘଣ୍ଟା ଲାଗିଥିଲା। ଏଥିରେ ଅନେକ କାରିଗର ନିଜ ହାତର ଯାଦୁ ଦେଖାଇଛନ୍ତି। ଶାଢ଼ିରେ ଫୁଲ, ପ୍ରଜାପତି  ଆଦି ଚିତ୍ରିତ ହୋଇଛି।

ଇଶା ଅମ୍ବାନି ୨୦୧୭ରେ ମେଟ ଗାଲାରେ ଡେବ୍ୟୁ କରିଥିଲେ। ଏହାପରେ ସେ ୨୦୧୯ ଓ ୨୦୧୩ରେ ମେଟ ଗାଲା‌ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସେ ସମୟରେ ବି ସେ ପିନ୍ଧିଥିବା ପୋଷାକ ପାଇଁ ଚର୍ଚ୍ଚାର ପରିସରକୁ ଆସିଥିଲେ।