ଜେଲରୁ ଖଲାସ ହେବାକୁ ଚାହୁଁନାହିଁ ଆଇଏସ ଆଇ ଏଜେଣ୍ଟ୍‌ !

ଲକ୍ଷ୍ନୌ: ଲକ୍ଷ୍ନୌ ଜିଲ୍ଲା ଜେଲରେ ବନ୍ଦୀ ଥିବା ଆଇ ଏସ ଆଇ ଏଜେଣ୍ଟ୍‌ ତାସିନ୍‌ ଅଂଜିମ୍‌ ଓରଫ ଲାରେବ୍‌ ଖାନ୍‌ ଜେଲରୁ ବାହାରିବାପାଇଁ ଚାହୁଁ ନାହିଁ। କାରାଦଣ୍ଡର ଅବଧି ଶେଷ ହେବା ପରେ ପାକିସ୍ତାନ ପଠାଇବା ସମୟରେ ପୁଲିସ୍‌ ସ୍କୋର୍ଟ ଉପରେ ଆକ୍ରମଣ କରି ସେ ପୁଣି ଗିରଫ ହୋଇଛି। ଜେଲର ଉଚ୍ଚ ସୁରକ୍ଷା ବ୍ୟାରେକରେ ବନ୍ଦୀ ଥିବା ଲାରେବ୍‌ ଖାନ୍‌ ପୁଣି ଖଲାସ୍‌-ଦେବାକୁ ଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ସେ ଆଇଏସଆଇ ଦ୍ୱାରା ଆକ୍ରମଣର ଆଶଙ୍କା କରି ସେ ଆଉ ଜେଲରୁ ଖଲାସ ହେବାକୁ ଚାହୁଁନାହିଁ। ଆଇ ଏସ ଆଇ ଏଜେଣ୍ଟ୍‌ ଲାରେବ୍‌ ଖାନ୍‌ ସେନା ସଂପର୍କୀତ ତଥ୍ୟ ଏକତ୍ରିତ କରି ପାକିସ୍ତାନକୁ ପଠାଉଥିଲା। କେଣ୍ଟ କୋତବାଲି ଥାନାରେ ତା’ ବିରୋଧରେ ଆଇପିସିର ଧାରା ୩୫୨ ,୫୦୪ ଓ ୫୦୬ ବ୍ୟତୀତ ବିଦେଶୀ ଅଧି ନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଧରାପଡ଼ିବା ପରେ ସେ ୮ ବର୍ଷର ଜେଲଦଣ୍ଡରେ ଦଣ୍ଡିତ ହୋଇଥିଲା।

ଏବେ ଜିଲ୍ଲା ଜେଲରେ ୪୨ ଜଣ ଆତଙ୍କବାଦୀ ଓ ଆଇଏସଆଇ ଏଜେଣ୍ଟ୍‌ ବନ୍ଦୀ ଅବସ୍ଥାରେ ଅଛନ୍ତି। ଦୁଇ ମାସପରେ ସେ ଜେଲରୁ ଖଲାସ ହେବା ବେଳେ ପୁଣି କୌଣସି ଅଘଟଣ ଘଟାଇ ଜେଲରେ ରହିବା ଯୋଜନାରେ ରହିଛି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର