ପାସ୍ତା ବିକୁଛନ୍ତି ଇଟାଲିର ଶେଷ ରାଜକୁମାର!

ଇଟାଲିର ଶେଷ ରାଜକୁମାର ଲସ୍‌ ଏଞ୍ଜେଲ୍‌ସରେ ପାସ୍ତା ବିକୁଛନ୍ତି! ସୁଭଏ ବ˚ଶଜ ଏହି ରାଜକୁମାର ହେଉଛନ୍ତି ଇମାନୁଏଲ୍‌ ଫିଲ୍‌ବର୍ତୋ। ସେ ଇଟାଲିର ରାଜା ଉମ୍ବେର୍ତୋ ଦ୍ୱିତୀୟଙ୍କ ପୁତ୍ର। ଆର୍ଥିକ ଅବସ୍ଥା ଖରାପ ହେବାରୁ ଇମାନୁଏଲ୍‌ ଲସ୍‌ ଏଞ୍ଜେଲ୍‌ସ ଆସିଥିଲେ ଏବଂ ନିଜ ଦେଶର ଖାଦ୍ୟ ବିକିବା ପାଇଁ ନିଷ୍ପତ୍ତି ନେଇଥିଲେ। ଇଟାଲିଆନ୍‌ ପାସ୍ତା ସାରା ପୃଥିବୀରେ ଲୋକପ୍ରିୟ। ସେ ଏକ ଟ୍ରକ୍‌ ଜାତୀୟ ଗାଡ଼ିରେ ପାସ୍ତା ଓ ଅନ୍ୟ ଇଟାଲୀୟ ଖାଦ୍ୟ ବିକୁଛନ୍ତି। ତାଙ୍କୁ ସାହାଯ୍ୟ କରୁଛନ୍ତି ତିନି ଜଣ ଇଟାଲୀୟ ପାଚକ। ଖାଦ୍ୟ-ଗାଡ଼ିର ନାମ ‘ପ୍ରିନ୍‌ସ ଅଫ୍‌ ଭେନିସ୍‌’।

www.kcrw.com

ଉଲ୍ଲେଖଯୋଗ୍ୟ ଯେ, ଏକତ୍ରୀକରଣ ପରେ ୧୮୬୧-୧୯୪୬ ପର୍ଯ୍ୟନ୍ତ ସୁଭଏ ରାଜବ˚ଶଜମାନଙ୍କ ଦ୍ୱାରା ଇଟାଲି ଶାସିତ ହୋଇଥିଲା। ଦ୍ୱିତୀୟ ବିଶ୍ୱ ଯୁଦ୍ଧ କାଳରେ ଉମ୍ବେର୍ତୋ ଦ୍ୱିତୀୟଙ୍କୁ ନିର୍ବାସିତ କରାଯାଇଥିଲା। ସେ ସ୍ୱିଜର‌୍‌ଲାଣ୍ତ୍‌ରେ ରାଜନୈତିକ ଆଶ୍ରୟ ନେଇଥିଲେ। ଇମାନୁଏଲ୍‌ଙ୍କ ଜନ୍ମ ଜେନିଭାରେ ହୋଇଥିଲା।୨୦୦୨ରେ ସେ ଇଟାଲି ଫେରିଥିଲେ।

ସମ୍ବନ୍ଧିତ ଖବର