କୋଲକାତା: କୋଲକାତାର ଜଣେ ଅବସରପ୍ରାପ୍ତ ୬୬ ବର୍ଷିଅ ପୁଲିସ୍ ଜଣେ ୪୫ ବର୍ଷୀୟା ମହିଳାଙ୍କୁ ବିବାହ କରିଥିବା ଘଟଣା ଚାରିଆଡ଼େ ଚର୍ଚ୍ଚା ହୋଇଛି। ଏହି ଅବସରପ୍ରାପ୍ତ ପୁଲିସ୍ ଜଣକ ହେଉଛନ୍ତି ପ୍ରଶାନ୍ତ ଘୋଷ। ପ୍ରଶାନ୍ତଙ୍କ ପ୍ରଥମ ପତ୍ନୀଙ୍କ ଦେହାନ୍ତ ପରେ ସେ ଏକଦମ ଏକୁଟିଆ ହୋଇଯିବାରୁ ଦ୍ୱିତୀୟ ବିବାହ କରିବାକୁ ସାଥୀ ଖୋଜୁଥିଲେ। ସୌଭାଗ୍ୟକୁ ଖବରକାଗଜ ବିଜ୍ଞାପନ ଜରିଆରେ ସେ ଖୁବ୍ ଶୀଘ୍ର ଜୀବନସାଥୀଟିଏ ପାଇ ଗଲେ ମଧ୍ୟ।
ପ୍ରଶାନ୍ତ ତାଙ୍କ ପ୍ରଥମ ପତ୍ନୀଙ୍କୁ ହରାଇବା ପରେ ସେ ଚିନ୍ତା କଲେ ଯେ ବାସ୍ତବରେ ସାଥୀ ବିନା ଏକା ଏକା ଜୀବନ କାଟିବା ଅସମ୍ଭବ। ତାଙ୍କର ଏକୁଟିଆପଣ ତାଙ୍କୁ ବିବ୍ରତ କରୁଥିଲା। ସେ ବିଜ୍ଞାପନ ଦେବା ପରେ ବବ୍ଲି ଶଙ୍କରଙ୍କୁ ପତ୍ନୀ ରୂପେ ପାଇବାରେ ସମର୍ଥ ହୋଇଛନ୍ତି।
/sambad/media/post_attachments/wp-content/uploads/2018/06/Untitled-1-copy-8-300x225.jpg)
ଜାଣିବାକୁ ମିଳିଛି ଯେ ବବ୍ଲିଙ୍କର ବି ଏହା ଦ୍ୱିତୀୟ ବାହାଘର। ତାଙ୍କର ପ୍ରଥମ ବିବାହ ବିଫଳ ହେବା ପରେ ସେ ଦ୍ୱିତୀୟ ଥର ବାହା ହେବାକୁ ନିଷ୍ପତ୍ତି ନେଇଥିଲେ।
ମେ ୩୦ ତାରିଖରେ ଉଭୟ ପ୍ରଶାନ୍ତ ଓ ବବ୍ଲି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେମାନେଙ୍କ ବିବାହରେ ଉଭୟ ପକ୍ଷର ସଂପର୍କୀୟ ଉପସ୍ଥିତ ରହି ସେମାନଙ୍କୁ ଶୁଭେଚ୍ଛା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/Untitled-2-copy.jpg)