୮୩ ବର୍ଷ ବୟସରେ ଇଂରାଜୀରେ ଏମ୍‌ଏ ପାସ୍‌ କରି ଅଧୁରା ଇଚ୍ଛାକୁ ପୂରା କଲେ ସୋହନ ସିଂହ ଗିଲ୍‌

ହୋସିଆରପୁର: ଜଳନ୍ଧରର ହୋସିଆର୍‌ପୁରରେ ଜଣେ ୮୩ ବର୍ଷିଅ ବୃଦ୍ଧ ତାଙ୍କର ସ୍ନାତକତ୍ତୋର ପୂରା କରିଛନ୍ତି। ନିଜ ଅଧା ଥିବା ଇଚ୍ଛାକୁ ପୂରା କରିବା ପାଇଁ ଏହି ବ୍ୟକ୍ତି ଜଣକ ଜଳନ୍ଧରର ଏକ ବିଶ୍ୱବିଦ୍ୟାଳୟରେ ଇଂରାଜୀରେ ପିଜି କରିଥିଲେ। ବ୍ୟକ୍ତି ଜଣକ ହେଉଛନ୍ତି ସୋହନ ସିଂହ ଗିଲ୍‌। ଦୀର୍ଘ ବର୍ଷ ପୂର୍ବେ ସେ ହୋସିଆର୍‌ପୁରରେ ତାଙ୍କର ସ୍ନାତକ ପାଠ ପଢ଼ା ପୂରା କରିଥିଲେ। ସେ ସେବେଠାରୁ ଇଂରାଜୀରେ ସ୍ନାତକତ୍ତୋର କରିବାକୁ ଚାହୁଁଥିଲେ।

ମାତ୍ର ୧୯୫୮ ମସିହାରେ ବିବାହ କରି ତାଙ୍କ ପତ୍ନୀଙ୍କ ସହ କେନ୍ୟା ପଳାଇଥିଲେ। ଫଳରେ ନିଜର ଇଚ୍ଛା ପୂରା କରିପାରି ନଥିଲେ ସୋହନ ସିଂହ। ସେ ୧୯୯୧ ମସିହାରେ ପୁଣି ଭାରତ ଫେରିଥିଲେ।

ସେ କହିଛନ୍ତି ଯେ ‘ମୋ ଭାଇସ୍‌-ପ୍ରିନ୍ସିପାଲ୍‌ଙ୍କ ଉପଦେଶକୁ ମନେପକାଇ ମୁଁ ଇଂରାଜୀରେ ଏମ୍‌ଏ କୋର୍ସ କରିବାକୁ ମନସ୍ଥ କରିଥିଲି। ଶେଷରେ ମୋ ଇଚ୍ଛା ପୂରା ହେବାକୁ ହୋଇଛି ଓ ମୁଁ ଜଳନ୍ଧର ବିଶ୍ୱବିଦ୍ୟାଳୟରେ ଏମ୍‌ଏ ପାସ୍‌ କରି ଖୁବ୍‌ ଖୁସି ଅନୁଭବ କରୁଛି।’

ସମ୍ବନ୍ଧିତ ଖବର