ବିଶ୍ୱାସ ନହେଲେ ବି ସତ! ଲିଟର ପ୍ରତି ୧୫୩ କି.ମି ଯାଉଛି ବାଇକ୍‌

ଲକ୍ଷ୍ନୌ: ଆମେ ସଦା ସର୍ବଦା ଜୀବନରେ କିଛି ନୂଆ କରିବାକୁ ଚେଷ୍ଟା କରିଥାଉ କିନ୍ତୁ ଏହା କରିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ । ହେଲେ ଏହା ସମସ୍ତଙ୍କ ପକ୍ଷରେ କହିବା ମଧ୍ୟ ଠିକ ହେବ ନାହିଁ, କାରଣ ଏପରି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ କି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ।

ଉତ୍ତରପ୍ରଦେଶର ବିବେକ କୁମାର ପଟେଲ ନାମରେ ଜଣେ ବ୍ୟକ୍ତି, ସେ ତାଙ୍କ ଜୀବନରେ କଲେଜର ମାଟି ମାଡ଼ି ନାହାନ୍ତି କିନ୍ତୁ ତାଙ୍କ ବୁଦ୍ଧି ଆଗରେ ଶିକ୍ଷାଗତ ଯୋଗ୍ୟତା ଥିବା ବ୍ୟକ୍ତି ମଧ୍ୟ ହାର ମାନିଯିବେ। ସେ ନୂଅାଁ ଟେକ୍ନୋଲୋଜି ମାଧ୍ୟମରେ ଏକ ବାଇକ ଆବିଷ୍କାର କରିଛନ୍ତି। ଏହି ବାଇକ ଏକ ଲିଟର ତେଲରେ ୧୫୩ କି.ମି ଚାଲୁଛି । ଆମେ ସାଧାରଣତଃ ଯେକୌଣସି ବାଇକ କିଣିଲେ, ତାହା ଲିଟର ପ୍ରତି ଅତି ବେଶୀରେ ୮୦ କି.ମି ଯାଇଥାଏ । ମାତ୍ର ବିବେକ ତାଙ୍କ ବାଇକରେ ବ୍ୟବହାର କରିଥିବା ଟେକ୍ନୋଲୋଜି ଦ୍ୱାରା ଲିଟର ପ୍ରତି ୧୫୩ କି.ମି ଚାଲୁୁଛି । ଅନ୍ୟ କାମ କରିବା ବ୍ୟତୀତ ସେ ଗାଡିର ଇଞ୍ଜିନ ଉପରେ କାମ କରିବା ପାଇଁ ଅଧିକ ସମୟ ଦେଇଥିଲେ ଓ ୧୭ ବର୍ଷର କଠିନ ପରିଶ୍ରମ ପରେ ସେ ବାଇକର ଇଞ୍ଜିନରେ ଏହି ଟେକ୍ନୋଲୋଜି ବ୍ୟବହାର କରିଥିଲେ।

କାଉସିଲ ଅଫ୍‌ ସାଇନସ ଆଣ୍ଡ ଟେକ୍ନୋଲୋଜି (ୟୁପିସିଏସଟି), ଲକ୍ଷ୍ନୌ ଓ ମୋତିଲାଲ ନେହୁର ନ୍ୟାସନାଲ୍‌ ଇଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲଜ ବିବେକଙ୍କ ଟେକ୍ନୋଲଜିକୁ ସ୍ୱୀକୃତି ପ୍ରଦାନ କରିବା ସହ ଏହାକୁ ଉନ୍ନତି କରିବା ପାଇଁ ଚେଷ୍ଟା ଚଲାଇଛି । ଯାହା ଦ୍ୱାରା ଭବିଷ୍ୟତରେ ଏହାକୁ ବ୍ୟବସାୟୀ କରଣ କରିହେବ । ଶ୍ରୀ ମାତା ବୈଷ୍ଣବ ଦେବୀ ୟୁନଭର୍ସିଟି ବିବେକଙ୍କ ଏହି ଟେକ୍ନୋଲୋଜିକୁ ଷ୍ଟାର୍ଟଅପ୍‌ ଭାବେ ପଞ୍ଜିକୃତ କରିଛି । ଏଥିପାଇଁ ତାଙ୍କୁ ୭୫ ଲକ୍ଷର ଅନୁଦାନ ମଧ୍ୟ ମିଳିଛି ।

ସମ୍ବନ୍ଧିତ ଖବର