ସିମ୍ଲା: କଏଦୀମାନେ ଜେଲ୍ର ଚାରି କାନ୍ଥ ଭିତରେ ଦଣ୍ଡ ଭୋଗିଥାନ୍ତି। ମାତ୍ର ହିମାଚଳ ପ୍ରଦେଶର ଜିଲ୍ଲା ପ୍ରବନ୍ଧକଙ୍କ ଉଦ୍ୟେମରେ କଏଦୀମାନେ ଏବେ କିଛି ସାମାଜିକ କାର୍ଯ୍ୟ କରିବାର ସୁଯୋଗ ପାଉଛନ୍ତି। ହିମାଚଳର ସବୁଠାରୁ ବଡ଼ ହସ୍ପିଟାଲ୍ ଇନ୍ଦିରା ଗାନ୍ଧୀ ମେଡିକାଲ୍ କଲେଜ(ଆଜିଏମ୍ସି) ବାହାର ରାସ୍ତା କଡ଼ରେ ଆଜିକାଲି ଭିଡ଼ ଜମି ରହୁଛି। ସେଠାରେ ଭୋକିଲାମାନଙ୍କୁ ରାଜ୍ମା, କଢ଼ି ଓ ଭାତ ମିଳୁଛି। ଏଠାରେ ଶସ୍ତାରେ ଲୋକଙ୍କୁ ତାଜା ଖାଦ୍ୟ ମିଳିପାରୁଛି। ଏହି ଖାଦ୍ୟର ଦର ଅଧା ପ୍ଲେଟ୍ ୨୫ ଟଙ୍କା ହୋଇଥିବା ବେଳେ ପୂରା ପ୍ଲେଟ୍ ୫୦ ଟଙ୍କା। ଏହି ଖାଦ୍ୟର ସ୍ୱତନ୍ତ୍ରତା ହେଉଛି ଏହାକୁ ହତ୍ୟା ଅଭିଯୋଗରେ ଜେଲ୍ ଭୋଗୁଥିବା କେତେ ଜଣେ କଏଦୀ ରାନ୍ଧୁଛନ୍ତି।
ଜୀବନର କେତେକୁ ଭୁଲ୍ ପାଇଁ ଅନୁତାପ କରି କଏଦୀମାନେ ଏବେ ନିଜ ପାପର ପ୍ରାୟଶ୍ଚିତ କରିବାକୁ ଚାହାନ୍ତି। ଏମାନଙ୍କ ପାଇଁ ଏହି କାର୍ଯ୍ୟ କରିବା ପାଇଁ ସହଜ ହୋଇନଥିଲେ ବି ତାଙ୍କୁ ଏହି କାମ କରିବାକୁ ପ୍ରୋତ୍ସାହିତ କରିଛନ୍ତି ହିମାଚଳ ଜିଲ୍ଲା ପ୍ରଶାସନ। କଏଦୀମାନେ ଏବେ ରୋଜଗାରକ୍ଷମ ମଧ୍ୟ।