ଜୟପୁର: ରାଜସ୍ଥାନର ବିକାନେରରେ ବସବାସ କରୁଥିବା ଜଣେ ବୃଦ୍ଧା ମହିଳାଙ୍କ ପେଟ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଚିକିତ୍ସା କରି ଡାକ୍ତରମାନେ ବୃଦ୍ଧାଙ୍କ ପେଟର ଅସ୍ତ୍ରୋପଚାର କରି ୧୬କିଲୋ ଓଜନର ଟ୍ୟୁମର ବାହାର କରିଥିଲେ। ଏହି ରୋଗୀଙ୍କ ବୟସ ୬୮ବର୍ଷ ପାଖାପାଖି ହେବ ବୋଲି କୁହାଯାଉଛି।
ଏହି ଘଟଣାକୁ ନେଇ ଡାକ୍ତର ଶିଖା ତିୱାରୀ କହିଛନ୍ତି, ‘ବୃଦ୍ଧଙ୍କ ପେଟରେ ହୋଇଥିବା ଟ୍ୟୁମର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିଲା। ଏହି ଟ୍ୟୁମର ୨୪ ସେଣ୍ଟିମିଟରର ରହିଥିବା ବେଳେ ୧୬କିଲୋ ଓଜନର ହୋଇଯାଇଥିଲା। ଏତେ ଓଜନର ଟ୍ୟୁମରକୁ ବୃଦ୍ଧା ଜଣକ ପେଟରେ ଧରି ବୁଲୁଥିବା କଥାକୁ ସେ ଜାଣି ନଥିଲେ। ଯନ୍ତ୍ରଶା ଅସହ୍ୟ ହେବାରୁ ସେ ଚିକିତ୍ସା ପାଇଁ ଯେତେବେଳେ ହସ୍ପିଟାଲ ଆସିଥିଲେ ଆମେ ସମସ୍ତେ ତାଙ୍କ ପେଟର ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲୁ। ଚିକିତ୍ସା ପରେ ବୃଦ୍ଧାଙ୍କୁ ତୁରନ୍ତ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତ ରହିବାକୁ କହିଥିଲୁ। କାରଣ ଯେତେ ବିଳମ୍ବ ହେବ ତାଙ୍କ ଜୀବନ ପ୍ରତି ସେତେ ବିପଦ ବଢ଼ିବ।
ଏହାପରେ ସଙ୍ଗେସଙ୍ଗେ ବୃଦ୍ଧାଙ୍କ ଜଟିଳ ଅସ୍ତ୍ରୋପଚାର ଆରମ୍ଭ କରିଥିଲୁ। ଏହା ଆମ ପାଇଁ ସହଜ ନଥିଲେ। ସାମାନ୍ୟ ବି ଅସାବଧାନତା ହୋଇଥିଲେ ବୃଦ୍ଧାଙ୍କ ଜୀବନ ଚାଲିଯିବାର ଅନେକ ଆଶଙ୍କା ଥିଲା। ଭଗବାନଙ୍କ କୃପାରୁ ଅସ୍ତ୍ରୋପଚାର ସଫଳ ରହିଥିଲା। ଚିକିତ୍ସା ପରେ ବୃଦ୍ଧା ଜଣକ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।