ଜାଣନ୍ତୁ କ’ଣ ପାଇଁ ବାଇକ୍‌ରେ ଯାଉଥିବା ଦୁଇ ଯୁବକଙ୍କୁ ଅଟକାଇ ମେଣ୍ଢା ପାଇଁ ଚାଲାଣ କାଟିଲେ ଟ୍ରାଫିକ୍‌ ପୁଲିସ?

ଜଲନ୍ଧର : ବେଳେ ବେଳେ କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଏ, ଯାହାର କଳ୍ପନା କରିବା ଅସମ୍ଭବ ହୋଇପଡ଼େ । କିନ୍ତୁ ଭିଡିଓକୁ ଲୋକମାନଙ୍କ ଭଲ ପାଇବା ମିଳିଥାଏ । ବିଗତ ଅତୀତରେ ଏଭଳି ଅନେକ ଘଟଣା ଘଟି ସାରିଛି । କିନ୍ତୁ ଏବେ ଯେଉଁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭିଡିଓର ଦେଖା ଯାଇଥିବା ଦୃଶ୍ୟର ସତ୍ୟତାକୁ ନେଇ ସ୍ପଷ୍ଟିକରଣ ମିଳି ନଥିବା ବେଳେ ଘଟଣାଟି ଜଲନ୍ଧରର ବୋଲି ଜଣା ପଡ଼ିଛି ।

ଭିଡିଓ ଅନୁଯାୟୀ, ଦୁଇ ଯୁବକ ଗୋଟେ ମେଣ୍ଢାକୁ ଧରି ଯାଉଥିବା ବେଳେ ଟ୍ରାଫିକ ପୁଲିସ ତାଙ୍କୁ ଅଟକାଇଥିଲେ । ଦୁହିଁଙ୍କ ଚାଲାଣ କାଟିବା ପରେ ଦୁଇ ଯୁବକ ଏହାର କାରଣ ପଚାରିବା ପରେ ବାଇକ୍‌ରେ ୩ଜଣ ଯାତ୍ରା କରିବା ଟ୍ରାଫିକ୍‌ ନିୟମ ବିରୁଦ୍ଧ ବୋଲି କହି ଟ୍ରାଫିକ୍‌ ପୁଲିସ ଚାଲାଣ କାଟିଥିଲେ । କଥାଟି ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସମ୍ବନ୍ଧିତ ଖବର