ନୂଆଦିଲ୍ଲୀ: ଆପଣ ମାଇଗ୍ରେନର ଶିକାର ହୋଇଛନ୍ତି କି ? ମାଇଗ୍ରେନ ପାଇଁ ଆପଣ ଚିନ୍ତିତ ଅଛନ୍ତି କି ? ତାହାଲେ ଆପଣଙ୍କ ପାଇଁ ଏକ ସରଳ ସୂତ୍ର ବତେଇଛନ୍ତି ଯୋଗଗୁରୁ ବାବା ରାମଦେବ । ଯାହା ଦ୍ବାରା ଆପଣ ମାଇଗ୍ରେନରୁ ମୁକ୍ତି ପାଇ ପାରିବେ ।
ମାଇଗ୍ରେନ ଏମିତି ଏକ ରୋଗ ଯାହା ଆପଣଙ୍କୁ ଦୁର୍ବଳ କରିଦେବ । ମୁଣ୍ଡବିନ୍ଧା ଏମିତି ହେବ ଯେ ସବୁକିଛି ଆପଣଙ୍କୁ ବିରକ୍ତି ଲାଗିବ । ସାଧାରଣତ ମାଇଗ୍ରେନ କେବେ କେବେ ଏକ ପାଖିଆ (ଅଧ କପାଳି) ହୁଏ ତ କେବେ ପୁଣି ଦୁଇ ପାଖିଆ ହୁଏ । ମାଇଗ୍ରେନ ପାଇଁ ଘଣ୍ଟା ଘଣ୍ଟା କିମ୍ବା କିଛି ଦିନ ଯାଏଁ ମୁଣ୍ଡବ୍ୟଥା ଲାଗିରହେ । ମାଇଗ୍ରେନର ଶିକାର ହେବା ପରେ ମଣିଷକୁ ଆଲୁଅ, ଉଚ୍ଚ ସ୍ବର, ମାଇକ୍, ବଡ ପାଟିରେ କଥାବାର୍ତ୍ତା ଆଦି ଚିଡା ଲାଗେ । ମାଇଗ୍ରେନ କାରଣରୁ କେତେକ କ୍ଷେତ୍ରରେ ବାନ୍ତି ମଧ୍ୟ ହୋଇଯାଏ । ତେବେ ଏହି ମାଇଗ୍ରେନ ଭଳି ବଡ ସମସ୍ୟାରୁ ମୁକ୍ତି ପାଇବାକୁ ଉପାୟ କହିଛନ୍ତି ଯୋଗଗୁରୁ ବାବା ରାମଦେବ । ଇନଷ୍ଟାଗ୍ରାମରେ ଏକ ଭିଡିଓ ଛାଡି ମାଇଗ୍ରେନରୁ ମୁକ୍ତି ପାଇବାର କୌଶଳ ଶିଖାଇଛନ୍ତି ରାମଦେବ ।
ତେବେ ଗରମ ଗରମ ଜିଲାପି ମାଇଗ୍ରେନରୁ ମୁକ୍ତି ଦେବ ବୋଲି ରାମଦେବ କହିଛନ୍ତି, ଭିଡିଓ ବାବା ଜିଲାପି ଛାଣୁ ଛାଣୁ କହିଛନ୍ତି- ଦେଶୀ ଗାଈ ଘିଅର ଜିଲାପି ଖାଆନ୍ତୁ, ମାଇଗ୍ରେନରୁ ମୁକ୍ତି ପାଆନ୍ତୁ ।
କେବଳ ମଇଦାରେ ଜିପାଲି କରିବାକୁ ବାରଣ କରିଛନ୍ତି ବାବା । କହିଛନ୍ତି, ମଇଦା ସହ କିଛି ବେସନ ଏବଂ ପନିର ମିଶାଇ ଜିଲାପି ପ୍ରସ୍ତୁତ କରନ୍ତୁ ଯାହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଔଷଧ ଭଳି କାମ ଦେବ ।
ଗରମ ଗରମ ଜିଲାପି କ୍ଷୀରରେ ବୁଡାଇ କିମ୍ବା ଦହି ସହିତ ଖାଇଲେ ମୁଣ୍ଡବ୍ୟଥା ଦୂର ହୁଏ । ମାଇଗ୍ରେନ ପାଇଁ ଏବଂ ଶରୀରର ଶକ୍ତି ପାଇଁ ବି ଏହା ମହୋଷଧି ବୋଲି ବାବା କହିଛନ୍ତି ।
ଗାଈ କ୍ଷୀର କିମ୍ବା ଘିଅରେ ତିଆରି ଜିଲାପି ଖାଇବା ଦ୍ବାରା ମସ୍ତିଷ୍କ ଏବଂ ଶରୀରକୁ ପୋଷଣ ମିଳେ । ତେବେ ଆୟୁର୍ବେଦ୍ଦିକ ଡାକ୍ତରଙ୍କ କହିବା ଅନୁସାରେ ରାବିଡି ଜିଲାପି ଖାଇବା ଦ୍ବାରା ଅଧକପାଳି ମଧ୍ୟ ଦୂରହୁଏ । ସବୁପରେ ବି ମାଇଗ୍ରେନରୁ ମୁକ୍ତି ପାଇବା ପାଇଁ ଏସବୁ ପ୍ରଣାଳୀ ଆପଣାଇବା ପୂର୍ବରୁ ଆଉ ଥରେ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ଅନୁରୋଧ ।