କରୋନାଭାଇରସ୍‌ ସଂକ୍ରମଣରୁ ବଞ୍ଚିବା ପାଇଁ ସୁନ୍ଦର ଗୀତ ମାଧ୍ୟମରେ ଲୋକମାନଙ୍କୁ ବୁଝାଇଲେ ପୁଲିସ କର୍ମଚାରୀ

ନୂଆଦିଲ୍ଲୀ: କରୋନାଭାଇରସ୍‌ ସଚେତନାକୁ ନେଇ ଲୋକମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଥିବା ବେଳେ ଏହାକୁ ନେଇ ବିଭିନ୍ନ ପ୍ରକାର ଭିଡିଓ ସାମ୍ନାକୁ ଆସୁଛି। ଏହି କ୍ରମରେ ଜଣେ ପୁଲିସ କର୍ମଚାରୀ ଗୀତ ଗାଇ ଲୋକମାନଙ୍କୁ ସଚେତନାର ବାର୍ତ୍ତା ଦେଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଥିବା ପୁଲିସ କର୍ମଚାରୀ ଜଣକ ଜମ୍ମୁ-କଶ୍ମୀର ପୁଲିସରେ କାର୍ଯ୍ୟରତ ଅଛନ୍ତି।

ପୁଲିସ କର୍ମଚାରୀ ଗୀତ ଗାଉଥିବା ଏହି ଭିଡିଓକୁ ଏଏନ୍‌ଆଇ ନିଜର ଟୁଇଟର ହ୍ୟାଣ୍ଡେଲରେ ସେୟାର କରିଛି। ଭିଡିଓରେ ପୁଲିସ କର୍ମଚାରୀ କରୋନାଭାଇରସ୍‌ ଯୁଦ୍ଧରେ କିପରି ଲଢ଼ିବାକୁ ହେବ ତାହାକୁ ସୁନ୍ଦର ଗୀତ ମାଧ୍ୟମରେ ଲୋକମାନଙ୍କୁ ବୁଝାଉଥିବା ଦେଖିବାକୁ ଓ ଶୁଣିବାକୁ ମିଳୁଛି।

 

ଏହି ପୁଲିସ କର୍ମଚାରୀଙ୍କ ନାମ ସୋହନ ରଘୁବଂଶୀ । ସୋହନ ଗୀତ ମାଧ୍ୟମରେ ଲୋକମାନଙ୍କୁ ସେମାନଙ୍କ ଘରେ ରହିବାକୁ ପରାମର୍ଶ ଦେବା ସହ, ମାସ୍କ ପିନ୍ଧିବା, ସମୟ-ସମୟରେ ହାତ ଧୋଇବା ଓ ସୁରକ୍ଷିତ ରହିବାକୁ କହୁଛନ୍ତି।

ଲୋକମାନଙ୍କୁ ଜାଗୃତ କରିବା ଲାଗି ପୁଲିସକର୍ମଚାରୀ ସୋହନଙ୍କ ଏଭଳି ଶୈଳୀ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ବେଶ୍‌ ପସନ୍ଦ ଆସିଛି। ଏଥିସହିତ ଖୁବ୍‌ ସୁନ୍ଦର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ସୋସିଆଲ ମିଡିଆ ବ୍ୟବହାରକାରୀ।

ସମ୍ବନ୍ଧିତ ଖବର