ମାଆ ପାର୍ବତୀ ବନି ନାଚୁଥିଲେ, ମଞ୍ଚ ଉପରେ ଖସିପଡ଼ିବାରୁ ଚାଲିଗଲା ଜୀବନ

ବ‌ରେଲି: ପ୍ରଥମେ ଉତ୍ତରପ୍ରଦେଶର ବରେଲିରେ ଏକ ଜନ୍ମଦିନ ଉତ୍ସବରେ ନାଚିବା ସମୟରେ ତଳେ ପଡ଼ିଯାଇ ହୃଦ୍‌ଘାତରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଥିଲା। ଏବେ ସେହିଭଳି ଦ୍ବିତୀୟ ଘଟଣା ଘଟିଥିବାର ଦେଖିବାକୁ ମିଳିଛି। ଜମ୍ମୁରେ ଜଣେ ଯୁବକ ମାଆ ପାର୍ବତୀଙ୍କ ରୂପ ଧାରଣ କରି ନାଚୁ ନାଚୁ ତଳେ ପଡ଼ିଯାଇ ତାଙ୍କର ଜୀବନ ଯାଇଛି। ଯୁବକ ଜଣକ ମଞ୍ଚ ଉପରେ ନୃତ୍ୟ ପରିବେଷଣ କରୁଥିବା ବେଳେ ଅଚାନକ ତଳେ ପଡ଼ି ଯାଇଥିଲେ। ତଳେ ପଡ଼ି ଯାଇଥିଲେ ଯେ ଆଉ ଉଠି ନଥିଲେ।

 

ସୂତ୍ରରୁ ଜାଣିବାକୁ ମିଳିଛି ଯେ ମଙ୍ଗଳବାର ଦିନ ଗଣେଶ ବିସର୍ଜନ ଉତ୍ସବ ଅବସରରେ ଯୋଗେଶ ଗୁପ୍ତ‌ା ନାମକ ଯୁବକ ମାଆ ପାର୍ବତୀଙ୍କୁ ରୂପ ନେଇଥିଲେ। ସେ ମାଆ ପାର୍ବତୀଙ୍କ ରୂପ ଧାରଣ କରି ନୃତ୍ୟ ପରି‌ବେଷଣ କରୁଥିଲେ। ନାଚୁ ନାଚୁ ହଠାତ ତଳେ ପଡ଼ିଗଲେ। ତଳେ ପଡ଼ିଯାଇ ଆଉ ନଉଠିବାରୁ ସେଠାରେ ଉପସ୍ଥିତ ଥିବା ଲୋକ ତାଙ୍କ ନିକଟକୁ ଧାଇଁ ଯାଇଥିଲେ। ଲୋକମାନେ ତାଙ୍କୁ ତୁରନ୍ତ ହସ୍ପିଟାଲ୍‌କୁ ନେଇ ଯାଇଥିଲେ। ହସ୍ପିଟାଲ୍‌ରେ ଡାକ୍ତର ଯୋଗେଶଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଙ୍କ କହିବା କଥା ହେଲା ନାଚିବା ସମୟରେ ଯୋଗଶଙ୍କର ହୃଦ୍‌ଘାତ ହୋଇ ମୃତ୍ୟୁ ଘଟିଛି।

ଜମ୍ମୁର ଏକ ଗାଁରେ ଗଶେଶଙ୍କ ବିସର୍ଜନ ପୂଜା ପାଇଁ କଳାକାରମାନେ ଦେବାଦେବୀଙ୍କ ରୂପ ଧାରଣ କରି ନୃତ୍ୟ ପରିବେଷଣ କରୁଥିଲେ। କଳାକାରମାନେ ମଞ୍ଚ ଉପରେ ଶିବ, ପାର୍ବତୀଙ୍କ କାହାଣୀକୁ ଉପସ୍ଥାପନା କରୁଥିଲେ। ୨୦ ବର୍ଷୀୟ ଯୋଗେଶ ଶିବ ସ୍ତୁତିରେ ନାଚୁଥିବା ବେଳେ ତଳେ ପଡ଼ି ଯାଇଥିଲେ।

ସମ୍ବନ୍ଧିତ ଖବର