ନୂଆଦିଲ୍ଲୀ: ବୁଲା ବିକାଳିଙ୍କଠାରୁ କିଣି କେବେ ଜାମୁକୋଳି ଖାଇଛନ୍ତି? ସେମାନେ ବୁଲି ବୁଲି ଠେଲାରେ ବିକ୍ରି କରୁଥିବା ଜାମୁକୋଳି ଖାଇବାର ମଜା ଅଲଗା। ଆଜିକାଲି ବଜାରରେ ପ୍ରଚୁର ମାତ୍ରାରେ ଜାମୁକ‌ୋଳି ଉପଲବ୍ଧ। ଏହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହୋଇଛି।

Advertisment

ଜାମୁ ବିକ୍ରି କରୁଥିବା ବିକ୍ରେତା ଜଣକ ‌ଯେଉଁ ଭଳି ଭାବେ ଗୀତ ଗାଇ ଗାଇ ବିକ୍ରି କରୁଛନ୍ତି ତାହାକୁ  ଅନେକ ଲୋକ ଖୁବ୍ ପ୍ରଶଂସା କରିଛନ୍ତି। କୋଳି ବିକ୍ରେତା ରାସ୍ତାରେ ଜାମୁ ବିକିବା ସହିତ ଏକ ଗୀତ ଗାଉଛନ୍ତି। ସେ ଗାଉଥିବା ଗୀତଟି ହେଉଛି, 'କଲୋ ରାନୀ ଆଇ ଗୟି। ନାଚତ-କୁନ୍ଦତ ଆଇ ଗୟି। ଶଶୁରେ ‌ସେ ଆଇ ଗୟି। ମାଇକେ ମେ ଛାଇ ଗୟି।’

ଏତକ ଗାଇବା ପରେ ବୃଦ୍ଧ ବିକାଳି ଜଣକ ଟିକେ ଅଟକି ଯାଉଛନ୍ତି ପୁଣି ପରବର୍ତ୍ତୀ ଧାଡ଼ି ଗାଇବା ଆରମ୍ଭ କରି ଦେଉଛନ୍ତି। ଏହି ସମୟକୁ କେହି ଜଣେ ଭିଡିଓ କରି ତାହାକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିବା ପରେ ଭିଡିଓଟି ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହୋଇଛି।

କିଛି ଲୋକ ତାଙ୍କର ମଜାକ ଉଡ଼ାଇଥିବା ବେଳେ କିଛି ଲୋକ ତାଙ୍କ ସୃଜନଶୀଳତାକୁ ପ୍ରଶଂସା କରିଛନ୍ତି। ଅନେକ ଲୋକ ଏହା କାନପୁରରେ ସୁଟ୍‌ ହୋଇଥିବା ଭିଡିଓ ବୋଲି କହୁଛନ୍ତି। ସୂଚନା ସକାଶେ ଜଣାଇ ଦେଉଛୁ ‌ଯେ ବର୍ତ୍ତମାନ, ଜାମୁକୋଳି କିଲୋ ଦିଲ୍ଲୀ-ଗାଜିଆବାଦରେ କିଲୋଗ୍ରାମ ପିଛା ୧୨୦ ରୁ ୧୮୦ ଟଙ୍କା ମଧ୍ୟରେ ଉପଲବ୍ଧ। ତେବେ ଆପଣ ବି ଏହି ପୋଷ୍ଟ୍‌ଟିକୁ ଦେଖିବା ପରେ ଜାମୁକୋଳି କିଣିବା ବେଳେ ଆପଣଙ୍କ ମୁଣ୍ଡକୁ ଏହି ଭିଡିଓଟି ନିଶ୍ଚିତ ଆସିବ।