ଆସନ୍ତା ବୁଧବାର କୃଷ୍ଣଜନ୍ମ। ସାରା ଦେଶ ଏହି ଦିନ ଜନ୍ମାଷ୍ଟମୀ ପାଳନ କରିବ। ହିନ୍ଦୁ ପାଞ୍ଜି ଅନୁସାରେ ଭାଦ୍ରବ ମାସ କୃଷ୍ଣପକ୍ଷର ଯେଉଁ ମଧ୍ୟ ରାତ୍ରରେ ଅଷ୍ଟମୀ ତିଥି ହୋଇଥାଏ ସେହି ରାତି ଏବଂ ତାହାର ପରଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ।

Advertisment

ଏହି ଦୁଇଟିଯାକ ଦିନକୁ ହିଁ କୃଷ୍ଣଙ୍କ ଜନ୍ମଦିନ‌ ବୋଲି ବିବେଚନା କରାଯାଏ। ଏହି ଦିନ ଭକ୍ତମାନେ କୃଷ୍ଣଙ୍କ ପାଇଁ ଉପାସ ରଖି ପୂଜାର୍ଚ୍ଚନା କରିଥାନ୍ତି। ଏବର୍ଷ ଅଧିକାଂଶ ଲୋକ ସେପ୍ଟେମ୍ବର ୬ ତାରିଖରେ ଜନ୍ମାଷ୍ଟମୀ ମନ‌ାଉଥିବା ବେଳେ କେହି କେହି ସେପ୍ଟେମ୍ବର ୭ ତାରିଖରେ ବି କୃଷ୍ଣ ଜନ୍ମ ପାଳନ କରୁଛନ୍ତି।

ଏବର୍ଷ ଜନ୍ମାଷ୍ଟମୀକୁ ଖୁବ୍ ଖାସ ବୋଲି ମନାଯାଉଛି। କାରଣ ୩୦ ବର୍ଷ ପରେ ଏହି ଦିନ ସ୍ବାର୍ଥ ସିଦ୍ଧି ଯୋଗ, ରୋହିଣୀ ନକ୍ଷତ୍ର ଏବଂ ଚନ୍ଦ୍ରମା ବୃଷ ରାତିରେ ରହିବେ। ଏହା ଏକ ଅଦ୍ଭୂତ ସଂଯୋଗ।

ତେବେ ଚାଲନ୍ତୁ ଜାଣିବା ଏବର୍ଷ କୃଷ୍ଣ ଜନ୍ମ କେଉଁ କେଉଁ ରାଶି ପାଇଁ ବିଶେଷ ଶୁଭ। ବୃଷ ରାଶିର ଲୋକଙ୍କ ପାଇଁ ଏ ବର୍ଷ ଜନ୍ମାଷ୍ଟମୀ ଖୁବ୍‌ ଶୁଭ ରହିବ। ଅପାର ଧନ ପ୍ରାପ୍ତି ସହ ସମସ୍ତ କାମରେ ସହଜରେ ସଫଳତା ମିଳିବ। ଅଟକି ରହିଥିବା ସମସ୍ତ ପୁରୁଣା କାମ ପୂରା ହେବ। ଈଶ୍ବରଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କର କ୍ୟାରିୟର୍‌ ଭଲ ହେବାକୁ ନେଇ ପରିବାରରେ ଖୁସି ବଜାୟ ରହିବ।

କର୍କଟ ରାଶି ପାଇଁ ମଧ୍ୟ ଏ ବର୍ଷ ଜନ୍ମା‌ଷ୍ଟମୀ ଶୁଭ। ସିଂହ ରାଶିର ଲୋକଙ୍କ ପାଇଁ ଏହି ଜନ୍ମାଷ୍ଟମୀରୁ ହିଁ ଭଲ ଦିନ ଆରମ୍ଭ ହୋଇଯିବ। ଏହା ଛଡ଼ା ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ବି ଏ ବର୍ଷ ଜନ୍ମାଷ୍ଟମୀ ଖୁବ୍‌ ଶୁଭଙ୍କର।