ଜାନୁଆରିରେ ହୋଇଥାଏ ଅଧିକ ‘ଡିଭୋର୍ସ’ ସର୍ଚ୍ଚ , କାରଣ ଜାଣନ୍ତୁ

ନୂଆବର୍ଷର ଆଗମନ ହେବା ପରେ ଳୋକେ ନୂଆ ନୂଆ ନିୟମ ନିଜ ପାଇଁ କରିଥାନ୍ତି । ସେମାନେ ନୂଆ ରିଜଲ୍ୟୁସନ୍‌ ମଧ୍ୟ କରିଥାଆନ୍ତି, କେହି କେହି କାହା ସହିତ ତିକ୍ତ ସଂପର୍କ ଥିଲେ, ତାକୁ ସୁଧାରିବା ଲାଗି ପ୍ରୟାସ କରିଥାନ୍ତି । ଅନ୍ୟପକ୍ଷରେ କେହି କେହି ଏବର୍ଷ କାହା ସହିତ ସଂପର୍କ ଛିନ୍ନ କରିବେ, ତା’କୁ ନେଇ ବି ନିଷ୍ପତ୍ତି ନେଇଥାଆନ୍ତି ।

ତେବେ ଗୁଗୁଲ୍‌ ଟ୍ରେଣ୍ଡ୍‌ରେ ଦେଖିବାକୁ ମିଳୁଛି ଟିକେ ଭିନ୍ନ ଦୃଶ୍ୟ । ଡିଭୋର୍ସ ସପୋର୍ଟ ସର୍ଭିସ୍‌ ‘ଏମି କେବୁଲ୍‌’ ଦ୍ୱାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ ଜାନୁଆରିରେ ୪୦ ହଜାର ୫୦ ଶହରୁ ଅଧିକ ଲୋକ ‘ଡିଭୋର୍ସ ’(ତଲାକ୍‌ ) ସର୍ଚ୍ଚ କରନ୍ତି । ଗୁଗଲ ଟ୍ରେଣ୍ଡରେ ଚଳିତ ବର୍ଷ ଜାନୁଆରି ମାସରେ ଏହି ସଂଖ୍ୟା ବୃଦ୍ଧି ପାଇବାରୁ ସମ୍ଭାବନା ରହିଛି । ଗୁଗଲ ଟ୍ରେଣ୍ଡ ଅନୂଯାୟୀ ୨୦୧୨ ଜାନୁଆରିରୁ ୨୦୧୬ ଜାନୁଆରି ମଧ୍ୟରେ ସବୁଠୁ ବେଶି ‘ଡିଭୋର୍ସ’ ସର୍ଚ୍ଚ କରା ଯାଇଥିଲା ।

photo-healthy-magazine.co.uk

ଟ୍ରେଣ୍ଡ୍‌ ଅନୁଯାୟୀ ମଇ ଓ ଅଗଷ୍ଟ ମାସରେ ଏହି ସଂଖ୍ୟାରେ ବୃଦ୍ଧି ପାଇଥାଏ । ଗୁଗଲ ଡାଟା ଅନୁସାରେ ଡିସେମ୍ବର ମାସରେ ‘ଡିଭୋର୍ସ’ ସର୍ଚ୍ଚ କରୁଥିବା ଲୋକ ସଂଖ୍ୟାରେ ବିଶେଷ ପରିବର୍ତ୍ତନ ଘଟି ନଥାଏ । ଏମି କେବୁଲ୍‌ର ସହ -ପ୍ରତିଷ୍ଠାତା କେଟି ଡେଲିଙ୍କ କହିବା ଅନୁଯାୟୀ ବଡ ଦିନରେ ଲୋକେ ଆର୍ଥିକ ନିରାଶା, ସାମାଜିକ ପରିବର୍ତ୍ତନର ଶିକାର ହୋଇଥାନ୍ତି । ଏଣୁ ସେମାନେ ଛାଡ଼ପତ୍ର ଦେବାର ଯୋଜନା କରିଥାନ୍ତି, ଯାହାର ଫଳ ସ୍ୱରୂପ ସେମାନେ ଜାନୁଆରି ମାସରେ ଡିଭୋର୍ସ ସର୍ଚ୍ଚ କରିଥାଆନ୍ତି । ଖାଲି ସେତିକି ନୁହେଁ ଏହା ଜରିଆରେ ନୂଆ ସାଥୀ ସନ୍ଧାନ କାମ ବି ଆରମ୍ଭ କରନ୍ତି ବୋଲି ଜଣାଯାଇଛି । ଜାନୁଆରିର ପ୍ରଥମ ଓ୍ଵାର୍କିଂ ଡେ ‘ଡିଭୋର୍ସ ଡେ’ ଭଳି ହୋଇଥାଏ ବୋଲି ମଧ୍ୟ କୁହାଯାଉଛି ।

ସମ୍ବନ୍ଧିତ ଖବର