ଜାପାନୀ ଶିଶୁମାନେ ସବୁଠାରୁ ଅଧିକ ସୁସ୍ଥ ଓ ସୁଖୀ , ଜାଣନ୍ତୁ କାହିଁକି

‘ଦ ଲାନ୍‌ସେଟ୍‌’ ପ୍ରତିକାରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଜାପାନର ଶିଶୁମାନେ ଦୁନିଆଁର ସବୁଠାରୁ ଅଧିକ ସୁସ୍ଥ ଓ ସୁଖୀ। ଆଉ ଏକ ତଥ୍ୟ ମଧ୍ୟ ହେଲା ଜାପାନୀ ପିଲାମାନଙ୍କର ମସ୍ତିଷ୍କ ଅନ୍ୟ ଦେଶର ପିଲାମାନଙ୍କ ତୁଳନାରେ ଅଧିକ ପ୍ରଖର।
ଏହାର ସବୁଠାରୁ ବଡ଼ କାରଣ ହେଲା ଜାପାନର ପିତାମାତାମାନେ ପିଲାମାନଙ୍କୁ ସ୍ୱାସ୍ଥ୍ୟକର ଖାଦ୍ୟ ଖୁଆଇ ଥାଆନ୍ତି। ପିଲାମାନଙ୍କ ସୁସ୍ଥ ଜୀବନର ଆଧାରଶୀଳା ହେଲା ସୁସ୍ଥ ଖାଦ୍ୟ ପାନୀୟ।
ଜାପାନୀ ପିତାମାତା ପିଲାମାନଙ୍କର ଖାଦ୍ୟ ପାନୀୟ ଅଧିକ ସତର୍କ ଦୃଷ୍ଟି ରଖିଥାଆନ୍ତି। ପ୍ରଥମତଃ ସେମାନେ ଶିଶୁମାନେ ସବୁବେଳେ ଖାଦ୍ୟରେ କିପରି ନୂଆା ସ୍ୱାଦ ପାଇବେ ,ସେଥିପ୍ରତି ଧ୍ୟାନ ଦେଇଥାଆନ୍ତି। ଏଣୁ ସେମାନେ ସବୁବେଳେ ନୂଆ ନୂଆ ସ୍ୱାଦର ଖାଦ୍ୟ ପ୍ରସ୍ତୁତ କରି ପିଲାଙ୍କୁ ଦେଇଥାଆନ୍ତି,ଯେପରିକି ପିଲା ଗୋଟିଏ ପ୍ରକାରର ଖାଦ୍ୟ ଖାଇ ବୋର୍‌ ହୋଇନଥାଏ।


ଦ୍ୱିତୀୟ କଥା ହେଲା ପିତାମାତା ପିଲାମାନଙ୍କର ଖାଇବାକୁ ନେଇ ବିଶେଷ ଶକ୍ତ ନୁହଁନ୍ତି। ପିଲାମାନେ ଯେଉଁ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ନାହିଁ,ତାକୁ ଦେବାକୁ ଇଛା ରଖନ୍ତି ନାହିଁ।

ସମ୍ବନ୍ଧିତ ଖବର