ମୁମ୍ବାଇ: ଆପଣ ଅନୁମାନ କରିଥିବେ ନିଶ୍ଚୟ ଯେ ଗତ କିିଛି ବର୍ଷ ମଧ୍ୟରେ ଭାରତୀୟ ସଂଗୀତ ପୂରା ବିଶ୍ବରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। ତାହା ବଲିଉଡ୍ ହେଉ କି ଟଲିଉଡ୍, ଅନ୍ୟ ଦେଶର କଳାପ୍ରେମୀମାନେ ଅଧିକାଂଶ ସମୟରେ ଭାରତୀୟ ଗୀତରେ ନୃତ୍ୟ ପରିବେଷଣ କରି ଆସୁଥିବାର ଆପଣ ଲକ୍ଷ୍ୟ କରିଥିବେ।
ନିକଟରେ ଜାପାନର ୨ ଜଣ ମହିଳା ଭାରତୀୟ ନାରୀଙ୍କ ପରି ଶାଢ଼ି ପରିଧାନ କରି ବଲିଉଡ୍ର ଲୋକପ୍ରିୟ ନାୟିକା ମାଧୁରୀ ଦିକ୍ଷିତ ଓ ଐଶ୍ବର୍ଯ୍ୟା ରାୟଙ୍କ ‘ଦେବଦାସ’ ଫିଲ୍ମର ‘ଡୋଲାରେ ଡୋଲାରେ...’ ଗୀତରେ ନାଚୁଥିବାର ଏକ ଭିଡିଓ ଭାଇରାଲ୍ ହୋଇଛି। ଭିଡିଓଟି ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ୍ ହେବା ପରେ ୨ ଲକ୍ଷରୁ ଅଧିକ ଭିୟୁ ହୋଇ ସାରିଲାଣି।
View this post on Instagram
ଆପଣ ଦେଖି ପାରୁଥିବେ ଯେ ଭିଡିଓରେ ମହିଳା ଦ୍ବୟ ନାଲି ଓ ଧଳା ରଂଗର ଶାଢ଼ି ପରିଧାନ କରି ଭାରତୀୟ ନାରୀଙ୍କ ପରି ଦିଶୁଛନ୍ତି। ତେବେ ଏହି ଦୁଇ ମହିଳା ଏବେ ଇଣ୍ଟର୍ନେଟ୍ରେ ଭାଇରାଲ୍ ହୋଇଛନ୍ତି। ବିଦେଶୀ ହୋଇ ମଧ୍ୟ ସେ ଦୁହେଁ ଯେଉଁଭଳି ଭାବେ ଶାଢ଼ି ପିନ୍ଧି ଠୁମ୍କା ଲଗାଇଛନ୍ତି ତାହା ନିଶ୍ଚତ ରୂପେ ପ୍ରଶଂସାଯୋଗ୍ୟ।
ତାଙ୍କୁ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ପ୍ରଶଂସାରେ ପୋତି ଦେଉଛନ୍ତି। ଜଣେ ବ୍ୟବହାରକାରୀ କମେଣ୍ଟ୍ରେ ଲେଖିଛନ୍ତି, ‘କ’ଣ ନାଚିଲ, ୱାଓ!’ ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଡୋଲାରେ ଡୋଲରେ ଗୀତରେ ତୁମେ ଦୁହେଁ ଖୁବ୍ ବଢ଼ିଆ ନାଚିଲ।’