ଶୋକ ଜ୍ଞାପନ ପାଇଁ ଟେଲିଫୋନ୍‌ ବୁଥ୍‌!

ଏହି ବିଚିତ୍ର ଟେଲିଫୋନ୍‌ ବୁଥ୍‌ଟି ଅଛି ଜାପାନର ଓତ୍‌ସୁସିରେ। ୨୦୧୦ରେ ଘଟିଥିବା ପ୍ରଳୟଙ୍କରୀ ସୁନାମିରେ କୋଡ଼ିଏ ହଜାର ମଣିଷଙ୍କର ପ୍ରାଣ ଯାଇଥିଲା। ସେମାନଙ୍କ ମଧ୍ୟରେ ଥିଲେ ଇତାରୁ ସାସାକିଙ୍କ ସ˚ପର୍କୀୟ ଭାଇ। ଭାଇଙ୍କ ସ୍ମୃତିରେ ହିଁ ପର ବର୍ଷ ଟେଲିଫୋନ୍‌ ବୁଥ୍‌ଟି ଛିଡ଼ାକରାଇଥିଲେ ସାସାକି। ବୁଥ୍‌ ଭିତରେ ଅଛି ଫୋନ୍‌ଟିଏ। ତେବେ, ସେଇଟି କାହା ସହ ସ˚ଯୁକ୍ତ ନୁହେଁ। ଅର୍ଥାତ୍‌, ଫୋନ୍‌ ଉଠାଇଲେ କୌଣସି ସ୍ବର ଶୁଭିବନାହିଁ। ସ˚ଯୋଗ ନ ଥିବାରୁ କାହା ସହ କଥା ହେବାର ପ୍ରଶ୍ନ ଉଠୁନାହିଁ। ତେବେ, ମାଉଥ୍‌ ପିସ୍‌ରେ ବଡ଼ ପାଟିରେ କିଛି କହିହେବ। ଶବ୍ଦଗୁଡ଼ିକ ନିଜ କାନରେ ବା ଆଖ-ପାଖରେ କେହି ଥିଲେ, ତାଙ୍କ କାନରେ ପଡ଼ିବ। ଟେଲିଫୋନ୍‌ ବୁଥ୍‌ଟି ମୃତକଙ୍କ ପ୍ରତି ଶୋକ ଜ୍ଞାପନର ଏକ ପ୍ରତୀକ ମାତ୍ର। ସାସାକି ପ୍ରତି ବର୍ଷ ଥରଟିଏ ସେଠାରେ ନିଜ ମୃତ ଭାଇଙ୍କ ପୁରୁଣା ଫୋନ୍‌ ନମ୍ବର‌୍‌ ଡାଏଲ୍‌ କରି, ନିଜର ବେଦନା ଜଣାନ୍ତି। କେବଳ ସାସାକି କାହିଁକି ଅନେକ ବ୍ୟକ୍ତି ସେଠାକୁ ଆସି ପରଲୋକଗତ ନିଜର ସ˚ପର୍କୀୟଙ୍କୁ ମନେପକାନ୍ତି; ସେମାନଙ୍କ ଉଦ୍ଦେଶ୍ୟରେ ନିଜର ମନର କଥା କହନ୍ତି। ପବନରେ ତୁଣ୍ତର କଥା ଦୂରକୁ ଭାସିଯାଉଥିବାର କଳ୍ପନାରୁ ବୁଥ୍‌ଟିକୁ ‘ଦ ଉଇନ୍‌ଡ ଫୋନ୍‌’ ଭାବେ ନାମିତ କରାଯାଇଛି।

ସମ୍ବନ୍ଧିତ ଖବର