ନୂଆଦିଲ୍ଲୀ: ଆଜି ନଭେମ୍ବର ୧୪, ଆଜିର ଦିନକୁ ଆମେ ଶିଶୁ ଦିବସ ଭାବେ ପାଳନ କରିଥାନ୍ତି। ଦେଶର ସର୍ବପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ସ୍ବାଧୀନ ଭାରତକୁ ବିଶ୍ବରେ ପ୍ରତିଷ୍ଠିତ କରାଇବାରେ ଜବାହରଲାଲ ନେହରୁଙ୍କ ଭୂମିକା ଅବିସ୍ମରଣୀୟ। ସ୍ବାଧୀନତା ଆନ୍ଦୋଳନରେ ତାଙ୍କର ଭୂମିକା ଯେତିକି ଗୁରୁତ୍ବପୂର୍ଣ୍ଣ, ସ୍ବାଧୀନୋତ୍ତର ଭାରତର ଭାଗ୍ୟ ନିର୍ଦ୍ଧାରଣରେ ତାଙ୍କର ଅବଦାନ ସେତିକି ଅବିସ୍ମରଣୀୟ। ୧୮୮୯ ମସିହା ନଭେମ୍ବର ଆଜି ଦିନରେ ଆହ୍ଲାବାଦ (ଆଜିର ପ୍ରୟାଗରାଜ)ର ଏକ କାଶ୍ମୀରୀ ପଣ୍ଡିତ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ସେ ଶିଶୁମାନଙ୍କୁ ଅତ୍ୟନ୍ତ ଶ୍ରଦ୍ଧା କରୁଥିବାରୁ ତାଙ୍କର ସ୍ମୃତିରେ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଏ। ଚାଲନ୍ତୁ ଜାଣିବା ସେ କହିଥିବା କିଛି ଗୁରୁତ୍ବପୂର୍ଣ୍ଣ ବାଣୀ।

Advertisment

: ଜୀବନରେ ସଫଳ ହେବା ହେଲେ ପ୍ରଥମେ ଶିକ୍ଷିତ ହେବାକୁ ପଡ଼ିବ।

: ସମୟକୁ କେବେ ବର୍ଷ ହିସାବରେ ହିସାବ କରନ୍ତୁ ନାହିଁ‌‌; କ’ଣ ଅନୁଭବ କରିଛ, କ’ଣ ସଫଳତା ସାଉଁଟି ପାରିଛ ବୋଲି ଚିନ୍ତା କରି ସମୟର ହିସାବ କରିବା ଉଚିତ।

: କାନ୍ଥରେ ଲଗା ଯ‌ାଇଥିବା ଫଟୋକୁ ଚିରି ତୁମେ କେବେ ଇତିହାସକୁ ବଦଳେଇଦେଇ ପାରିବ ନାହିଁ।

: ବିପଦ ସମୟର ସବୁ ଛୋଟ କଥା ବି ବେଶ୍‌ ଗୁରୁତ୍ବ ରଖିଥାଏ।

: ମହାନ କାମ ଓ ଛୋଟ ଲୋକ କେବେ ସାଙ୍ଗ ହୋଇ ଚାଲିପାରିବେ ନାହିଁ।

: ଯେବେ ପର୍ଯ୍ୟନ୍ତ ତୁମ ନିକଟରେ ସଂଯମ, ଧୈର୍ଯ୍ୟ ନାହିଁ; ସେବେ ପର୍ଯ୍ୟନ୍ତ ତୁମ ସ୍ବପ୍ନ ପାଉଁସରେ ମିଳିବେ।

: ନିଜ ଗୁଣର ସବୁଠାରୁ ଅଧିକ ପ୍ରଶଂସା କରୁଥିବା ବ୍ୟକ୍ତି ସବୁଠାରୁ କମ୍‌ ଗୁଣବାନ୍‌ ହୋଇଥାନ୍ତି।