ପୁଲଓ୍ଵାମା ଆକ୍ରମଣରେ ସହିଦ୍‌ ହୋଇଥିବା ଯବାନଙ୍କ ୧୦ବର୍ଷର ଝିଅ ନେଲେ ସଂକଳ୍ପ, କହିଲେ ଏଭଳି କଥା

କାନପୁର: ଗତ ୧୪ ତାରିଖ ଦିନ ଜମ୍ମୁ ଓ କାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନ ପ୍ରଦୀପ ସିଂଙ୍କ କନ୍ୟା ସୁପ୍ରିୟା । ସୁପ୍ରିୟା ପିତାଙ୍କ ସହିଦ ହେବା ପରେ ସେନା ଭର୍ତ୍ତି ହୋଇ ପିତା ତଥା ଭାରତୀୟ ଯବାନଙ୍କ ଉପରେ ଆତଙ୍କବାଦୀ କରିଥିବା ଆକ୍ରମଣର ପ୍ରତିଶୋଧ ନେବାକୁ ସଂକଳ୍ପ ନେଇଛନ୍ତି।

ଯବାନ ପ୍ରଦୀପ ସିଂଙ୍କ ଅନ୍ତିମ ସଂସ୍କାର ପାଇଁ ତାଙ୍କ ପୈତୃକ ଗାଁ ସୁଖସେନପୁରରେ କରାଯାଇଥିଲା। ପ୍ରଦୀପଙ୍କୁ ତାଙ୍କ ଦଶ ବର୍ଷର ଝିଅ ସୁପ୍ରିୟା ଯାଦବ ମୁଖାଗ୍ନି ଦେଇଥିଲେ । ତେବେ ମୁଖାଗ୍ନି ଦେବା ପରେ ସେ ଦୁଃଖରେ ଚେତାଶୂନ୍ୟ ହୋଇ ଖସି ପଡିଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏଠାରୁ ଚିକିତ୍ସା ହେବା ପରେ ସେ ପୈତୃକ ଗାଁରୁ କାନପୁର ଫେରି ଆସିଥିଲେ। କାରଣ ମଙ୍ଗଳବାର ଠାରୁ ସୁପ୍ରିୟାଙ୍କ ପରୀକ୍ଷା ଆରମ୍ଭ ହୋଇଯାଇଛି। ସେ ଏଭଳି ପରିସ୍ଥିତିରେ ବି ମନକୁ ଦମ୍ଭ କରି ପରୀକ୍ଷା ଦେବାକୁ ବି ସ୍ଥିର କରିଥିଲେ। ହାଇସ୍କୁଲ ପାଠପଢ଼ା ଶେଷ ପରେ ସେନାରେ ଭର୍ତ୍ତି ହୋଇ ପିତାଙ୍କ ସ୍ୱପ୍ନକୁ ସେ ପୂରା କରିବାକୁ ଚାହାନ୍ତି।

ସହିଦ୍‌ଙ୍କ ଝିଅ ସୁପ୍ରିୟା କହନ୍ତି, ବାପାଙ୍କୁ ହରାଇ ଯେତିକି ଦୁଃଖିତ, ସେତିକି ଗର୍ବିତ ମଧ୍ୟ।

ସୂଚନାଯୋଗ୍ୟ ଯେ, ସହିଦ ହୋଇଥିବା ସିଆରପିଏଫ ଯବାନଙ୍କ ମଧ୍ୟରୁ କେବଳ ଉତ୍ତରପ୍ରଦେଶର ୧୨ ଜଣ ଯବାନ ଅନ୍ତର୍ଭୁକ୍ତ ।

ସମ୍ବନ୍ଧିତ ଖବର