ନୂଆଦିଲ୍ଲୀ: ପ୍ରସିଦ୍ଧ ପ୍ରବଚିକା ଜୟା କିଶୋରୀ ମାତ୍ର ୬ବର୍ଷର ଥିବା ବେଳେ ତାଙ୍କର ଧାର୍ମିକ ଦିଗ ପ୍ରତି ଦୁର୍ବଳତା ଦେଖା ଦେଇଥିଲା। ପ୍ରଥମ ଥର ପାଇଁ ୭ ବର୍ଷ ବୟସରେ ଜୟା କିଶୋରୀ କୋଲକାତାର ବସନ୍ତ ମହୋତ୍ସବରେ ସୁନ୍ଦରକାଣ୍ଡ ପାଠ କରିଥିଲେ । ଏହାପରଠାରୁ ସେ ଧାର୍ମିକ ଦିଗରେ ଆଗେଇ ଚାଲିଛନ୍ତି। ଜୟା କିଶୋରୀଙ୍କ ପ୍ରେରଣାଦାୟୀ ପ୍ରବଚନ ଓ ଶ୍ରୀମଦ୍ ଭଗବଦ୍ ଗୀତା ପାଠ ପାଇଁ ସାରା ଦେଶରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି ।
ଜୟା କିଶୋରୀ ଶ୍ରୀମଦ୍ ଭଗବଦ୍ ଗୀତା ପାଠ କରିବା ସହିତ ପ୍ରେରଣାଦାୟୀ ପ୍ରବଚନ ଦେଇଥାଆନ୍ତି। ଏହି ପ୍ରବଚନ ଦେଇ ସେ ମୋଟାଅଙ୍କର ଅର୍ଥ ଆଦାୟ କରନ୍ତି। ଶ୍ରୀମଦ୍ ଭଗବଦ୍ ଗୀତା ପାଠ କରିବା ପାଇଁ ଜୟା ୯ଲକ୍ଷ ୫୦ହଜାର ଟଙ୍କାର ପାରିଶ୍ରମିକ ନେଇ ଥାଆନ୍ତି। ୪ଲକ୍ଷ ୨୫ ହଜାର ସେ ଗୀତା ପାଠ କରିବା ପୂର୍ବରୁ ନେଇଥାଆନ୍ତି। ବାକି ଟଙ୍କା ଗୀତା ପାଠ କରି ସାରିବା ପରେ ଜୟା ନେଇଥାଆନ୍ତି ବୋଲି ପ୍ରାପ୍ତ ରିପୋର୍ଟରୁ ସୂଚନା ମିଳିଛି।
ଜୟା ତାଙ୍କ ରୋଜଗାରରେ ଅଧାଅଂଶ ନାରାୟଣ ସେବା ସଂସ୍ଥାକୁ ଦାନ କରି ଦେଇଥାଆନ୍ତି। ଶ୍ରୀମଦ୍ ଭଗବଦ୍ ଗୀତା ପାଠ ବ୍ୟତୀତ ଜୟା ପ୍ରେରଣାଦାୟୀ ପ୍ରବଚନ ଦେଇ, ଭଜନ ଗାଇ, ଧାର୍ମିକ ବାର୍ତ୍ତାକୁ ନେଇ ୟୁଟ୍ୟୁବରେ ଭିଡିଓ କରି ଭଲ ରୋଜଗାର କରନ୍ତି। ଜୟାଙ୍କ ମୋଟ ସମ୍ପତ୍ତି ପାଖାପାଖି୧.୫ କୋଟିରୁ ୨ କୋଟି ମଧ୍ୟରେ ରହିଛି ବୋଲି କୁହାଯାଉଛି।