ଆଜମେର : ଯଦି ଜଣେ ବ୍ୟକ୍ତିଙ୍କ ଭିତ‌ରେ ଧୈର୍ଯ୍ୟ ଏବଂ ବିଶ୍ବାସ ଅଛି ତ ଜୀବନର ବଡ଼ରୁ ବଡ଼ ସମସ୍ୟାର ସମାଧାନ ହୋଇଯାଏ। ରାଜସ୍ଥାନର ଅଜମେର ଜିଲ୍ଲାରେ ତାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଜିଲ୍ଲାର ଜୟନ୍ତ କନ୍ଦୋଇ କର୍କଟ ପରି ଏକ ମାରାତ୍ମକ ରୋଗକୁ ବାରମ୍ବାର ହରାଇ ସମସ୍ତଙ୍କ ପାଇଁ ‌ପ୍ରେରଣା ପାଲଟିଛନ୍ତି।

Advertisment

ଜୟନ୍ତ କନ୍ଦୋଇଙ୍କ ଭିନ୍ନଭିନ୍ନ ଅଙ୍ଗରେ ବିଭିନ୍ନ ପ୍ରକାରର କର୍କଟ ହୋଇଥିଲା। ମାତ୍ର ଆଧୁନିକ ଚିକିତ୍ସା ଏବଂ ନିଜର ସାହସ ଯୋଗୁ ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ପାରିଛନ୍ତି। ଆଜି ଆମେ ଆପଣଙ୍କୁ ତାଙ୍କ ସହ ପରିଚିତ କରାଇବୁ, ଯାହାଙ୍କ କାହାଣୀ ପ୍ରେରଣାଦାୟକ ହେବା ସହିତ ଜୀବନରେ ସକାରାତ୍ମକ ଚିନ୍ତାଧାରାର ଫଳାଫଳକୁ ପ୍ରମାଣ କରେ।

ଆପଣ ଜାଣି‌ଲେ ଆଶ୍ଚର୍ଯ୍ୟ ହେବେ ଯେ ତାଙ୍କୁ ମାତ୍ର ୧୫ ବର୍ଷ ବୟସରେ କର୍କଟ ଭଳି ସାଂଘାତିକ ରୋଗ ହୋଇଥିଲା। କିନ୍ତୁ ସାହସୀ ଜୟନ୍ତଙ୍କ କର୍କଟ ରୋଗକୁ ମଧ୍ୟ ପରାସ୍ତ କରିଥିଲେ । ଜୟନ୍ତ ୨୩ ଡିସେମ୍ବର ୧୯୯୭ରେ ଅଜମେର ସହରରେ ଜନ୍ମଗ୍ରହଣ କରିଥିଲେ। ଅଜମେରର ମହାରାଜା ଉଗ୍ରସେନ୍‌ ପବ୍ଲିକ୍ ସ୍କୁଲରୁ ଜୟନ୍ତ ଶିକ୍ଷାଲାଭ କରିଥିଲେ। ଏହା ପରେ ସେ ଅର୍ଥନୀତିରେ ସ୍ନାତକ କରିଥିଲେ।

publive-image navbharattimes.indiatimes.com

୨୦୧୩ ମସିହା ଜୁନ୍‌ ମାସରେ ୧୫ ବର୍ଷୀୟ ଜୟନ୍ତ ଦଶମ ଶ୍ରେଣୀରେ ପଢୁଥାନ୍ତି। ତାଙ୍କୁ ସେ ସମୟରେ ଯନ୍ତ୍ରଣ‌ା ହେବା ସହ ଶରୀର ଖୁବ୍ ଦୁର୍ବଳ ଲାଗିଲା।  ବାରମ୍ବାର ବେକ ବିନ୍ଧିବା କାରଣରୁ ସେ ଡାକ୍ତରଙ୍କ ସହ ପରାମର୍ଶ କଲେ। ଡାକ୍ତର ଶେଷରେ ଜୟନ୍ତ ଏବଂ ତାଙ୍କ ପରିବାରକୁ କହିଥିଲେ ଯେ ସେ କର୍କଟ ଭଳି ସାଂଘାତିକ ରୋଗରେ ପୀଡିତ।

ଜୟନ୍ତଙ୍କୁ କର୍କଟ ବୋଲି ଜାଣିବା ପରେ ପିତାମାତା ଏବଂ ପରିବାର ସଦସ୍ୟ ଖୁବ୍‌ ଭାଙ୍ଗି ପଡ଼ିଥିଲେ।  କିନ୍ତୁ ଜୟନ୍ତ ସାହସ ହରାଇଲେ ନାହିଁ ଏବଂ ପରିବାର ଲୋକଙ୍କୁ ସାହସ ଦେଲେ। ଏହାପରେ ଜୟନ୍ତ ଏବଂ ତାଙ୍କ ପରିବାର ବିଳମ୍ବ ନକରି ଚିକିତ୍ସା ପାଇଁ ରାଜଧାନୀ ଜୟପୁରରେ ପହଞ୍ଚିଥିଲେ। ତା’ପରେ ତାଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା।

୨୦୨୦ ମସିହା କରୋନା ସମୟ‌ରେ ଜୟନ୍ତଙ୍କ ଡାହାଣ ହାତରେ ପୁଣି ଥରେ କର୍କଟ ରୋଗ ଚିହ୍ନଟ ହେଲା।  ଚିକିତ୍ସିତ ହୋଇ ସେ ପୁନର୍ବାର ସୁସ୍ଥ ହୋଇଗଲେ। ୨୦୨୦ ନଭେମ୍ବରରେ ତାଙ୍କ ପେଟରେ ପୁଣି ଥରେ କର୍କଟ ହୋଇଥିବା ଜାଣିବାକୁ ପାଇଲେ। ସେତେବେଳେ ଜୟନ୍ତ ଚିକିତ୍ସା ପାଇଁ ଅହମଦାବାଦର ସିଭିଲ ହସ୍ପିଟାଲକୁ ଯାଇଥିଲେ। ସେଠାରେ ଜୟନ୍ତଙ୍କୁ ସବୁଠାରୁ କଷ୍ଟଦାୟକ କର୍କଟ ଚିକିତ୍ସା ଦିଆଯାଇଥିଲା।

ବର୍ତ୍ତମାନ ଜୟନ୍ତ ପୁଣି ଥରେ କର୍କଟ ରୋଗକୁ ପରାସ୍ତ କରିଛନ୍ତି ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଛଅ ଛଅ ଥର କର୍କଟ ପରି ରୋଗକୁ ପରାଜୟ କରି ସେ ହିରୋ ପାଲଟିଛନ୍ତି। ସେ ରୋଗକୁ ପରାଜିତ କରିବା ସହ ୩ଟି ବହି ଲେଖିଛନ୍ତି ଓ ନିଜର ବ୍ୟବସାୟ ବି ଆରମ୍ଭ କରିଛନ୍ତି।