ତିରୋଧାନ ତାରିଖ; ଜୟୀ ରାଜଗୁରୁ

୧୮୦୬ ଡିସେମ୍ବର ଆଜି ଦିନରେ ଜୟୀ ରାଜଗୁରୁ ନିଜ ମାତୃଭୂମି ପାଇଁ ହସି ହସି ପ୍ରାଣବଳି ଦେଇଥିଲେ। ଏଥିପାଇଁ ତାଙ୍କୁ ଭାରତୀୟ ସ୍ବାଧୀନତା ସଂଗ୍ରାମର ପ୍ରଥମ ସହିଦ ଭାବେ ଅନେକ ଗ୍ରହଣ କରିଥାନ୍ତି। ପୁରୀ ଜିଲ୍ଲାର ବୀରହରେକୃଷ୍ଣପୁର ଗ୍ରାମରେ ୧୭୩୯ ମସିହା ଅକ୍‌ଟୋବର ୨୯ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପରିବାର ବଂଶାନୁକ୍ରମିକ ଭାବେ ଖୋର୍ଦ୍ଧା ଗଜପତିଙ୍କର ପରାମର୍ଶଦାତା ବା ରାଜଗୁରୁ ଭାବେ କାର୍ଯ୍ୟ କରିଆସୁଥିଲେ। ସେ ଦ୍ବିତୀୟ ଦିବ୍ୟସିଂହଦେବଙ୍କର ଦରବାରରେ ରାଜଗୁରୁ ଥିବା ବେଳେ ୧୭୯୮ରେ ଗଜପତିଙ୍କର ମୃତ୍ୟୁ ଘଟିଥିଲା। ଗଜପତିଙ୍କ ନାବାଳକ ପୁତ୍ର ଦ୍ବିତୀୟ ମୁକୁନ୍ଦଦେବ ସିଂହାସନରେ ଅଧିଷ୍ଠିତ ହୋଇଥିଲେ। ରାଜଗୁରୁ ରାଜକାର୍ଯ୍ୟ ପରିଚାଳନାର ସମସ୍ତ ଦାୟିତ୍ବ ତୁଲାଉଥିଲେ।

ମରହଟ୍ଟାମାନେ ଛଡ଼ାଇ ନେଇଥିବା ଚାରିଟି ପ୍ରଗଣା ଫେରସ୍ତ ପାଇବା ପ୍ରତିଶ୍ରୁତି ପାଇ ଗଜପତି ଇଂରେଜମାନଙ୍କୁ ମରହଟ୍ଟାଙ୍କ ସହିତ ଯୁଦ୍ଧ ବେଳେ ସାମରିକ ସାହାଯ୍ୟ କଲେ। ଇଂରେଜମାନେ ଯୁଦ୍ଧରେ ବିଜୟୀ ହେବା ସତ୍ତ୍ବେ ପ୍ରଗଣାଗୁଡ଼ିକ ଫେରାଇଲେ ନାହିଁ। ଜୟୀ ରାଜଗୁରୁ କ୍ରୋଧାନ୍ବିତ ହୋଇ ଇଂରେଜମାନଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରାଇଥିଲେ। ବିଶାଳ ବ୍ରିଟିସ୍ ସେନାବାହିନୀ ବିରୋଧରେ ପାରମ୍ପରିକ ଯୁଦ୍ଧାସ୍ତ୍ର ନେଇ ଲଢୁଥିବା ପାଇକଙ୍କର ପରାଜୟ ସୁନିଶ୍ଚିତ ଥିଲା। କିନ୍ତୁ ଜୟୀ ରାଜଗୁରୁ ଆତ୍ମସମର୍ପଣ ପରିବର୍ତ୍ତେ ପରାଜୟକୁ ଶ୍ରେୟସ୍କର ମଣିଥିଲେ। ଖୋର୍ଦ୍ଧା ଦୁର୍ଗ ଇଂରେଜଙ୍କ ହାତକୁ ଯାଇଥିଲା ଓ ଜୟୀ ରାଜଗୁରୁ ଗିରଫ ହେବା ପୂର୍ବରୁ ରାଜାଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇଦେଇଥିଲେ। ମେଦିନିପୁରରେ ବିଦ୍ରୋହର ବିଚାର ପରେ ଜୟୀ ରାଜଗୁରୁଙ୍କୁ ଫାଶୀ ଦଣ୍ଡ ଦିଆଯାଇଥିଲା।

ସମ୍ବନ୍ଧିତ ଖବର