ଭାରତୀୟ ବଜାରରେ ଜିପ୍‌ କମ୍ପାନିର ରାଙ୍ଗ୍‌ଲର୍‌ ପ୍ରିମିୟମ୍‌ ଏସ୍‌ୟୁଭି ସେଗ୍‌ମେଣ୍ଟରେ ନିଜର ସ୍ବତନ୍ତ୍ର ସ୍ଥାନ ରଖିଛି। ରାଙ୍ଗ୍‌ଲର୍‌ ଲକ୍‌ଜୁରି ଗାଡ଼ିପ୍ରେମୀଙ୍କୁ ଉତ୍ତମ ସେବା ଯୋଗାଉଛି ମଧ୍ୟ। ଏଣୁ ବଜାରରେ ଏହାର ଖୁବ୍‌ ଚାହିଦା ରହିଛି। ଏହାର ଦୁଇଟି ଭାରିଆଣ୍ଟ୍‌- ରାଙ୍ଗ୍‌ଲର୍‌ ଅନ୍‌ଲିମିଟେଡ୍‌ ଓ ରାଙ୍ଗ୍‌ଲର୍‌‌ ରୁବିକନ୍‌ର ମୂଲ୍ୟ ଯଥାକ୍ରମେ ୬୭.୬୫ ଲକ୍ଷ ଓ ୭୧.୬୫ ଲକ୍ଷ ଟଙ୍କା (ଏକ୍ସ ଶୋ’ରୁମ୍‌) ରହିଛି। ଏହାର ୧୯୯୫ ସିସିର ୨.୦ ଲିଟର୍‌ ଟର୍ବୋ ପେଟ୍ରୋଲ୍‌ ଇଞ୍ଜିନ୍‌ ରହିଛି। ଏହାର ମାଇଲେଜ୍‌ ୧୦.୬ କି.ମି. ପ୍ରତି ଲିଟର୍‌ ରହିଛି। ଏହା ଫାୟାର୍‌କ୍ରାକର୍‌ ରେଡ୍‌, ସର୍ଜ ଗ୍ରିନ୍‌, ବ୍ଲାକ୍‌, ବ୍ରାଇଟ୍‌ ହ୍ବାଇଟ୍‌, ଆନ୍‌ଭିଲ୍‌ କ୍ଲିୟର୍‌ କୋଟ୍‌ ପରି ପାଞ୍ଚଟି ରଙ୍ଗରେ ଉପଲବ୍ଧ।

Advertisment

ଏଥିରେ ଫୁଲ୍‌ ଫ୍ରେମ୍‌ ରିମୁଭାଲ୍‌ ଡୋର୍‌ ଓ ରୁଫ୍‌ ଟପ୍‌ ୱିଣ୍ଡୋ ସିଷ୍ଟମ୍‌ ରହିଛି, ଯାହାଦ୍ବାରା ଚାଳକ ମୁକ୍ତ ବାୟୁ (ଓପନ୍‌-ଏୟାର୍‌)ର ମଜା ନେଇପ‌ାରିବେ। ଏହାସହିତ ଏଥିରେ ୧୨.୩ ଇଞ୍ଚ୍‌ର ଟଚ୍‌ସ୍କ୍ରିନ୍ ଡିସ୍‌ପ୍ଲେ, ନାପା ଲେଦର୍‌ସିଟ୍‌, କର୍ଣ୍ଣିଂ ଗରିଲା ୱିଣ୍ଡ୍‌ସିଲ୍‌ଡ୍, ଆଡ୍‌ଭାନ୍ସ ଡ୍ରାଇଭର୍‌-ଆସିଷ୍ଟାନ୍ସ ସିଷ୍ଟମ୍‌, ପାୱାର୍‌ ସିଟ୍‌ସ, ୬ଟି ଏୟାର୍‌ବ୍ୟାଗ୍‌, ୩ ପିସ୍‌ ମଡ୍ୟୁଲାର୍‌ ହାର୍ଡଟପ୍‌, ସିମ୍‌ଲେସ୍‌ ରିମୋଟ୍‌ କନେକ୍ଟିଭିଟି, ସେଣ୍ଟ୍ରି କି’ ଆଣ୍ଟି-ଥେପ୍ଟ୍‌ ଇଞ୍ଜିନ୍‌ ଇମ୍‌ମୋବିଲାଇଜର୍‌, ୪ ହ୍ବିଲ୍‌ ଡିସ୍କ୍‌ ବ୍ରେକ୍‌ ଇତ୍ୟାଦିର ସୁବିଧା ରହିଛି ବୋଲି କମ୍ପାନି ପକ୍ଷରୁ ପ୍ରକାଶ।