‘ଆମାଜନ୍’ ପ୍ରତିଷ୍ଠାତା ତଥା ପୃଥିବୀର ଅନ୍ୟତମ ଧନୀକ ଉଦ୍ୟୋଗୀ ଜେଫ୍ ବେଜୋସ୍ ପୁଣି ଥରେ ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି। ନିକଟରେ ଲୌରେନ୍ ସାଞ୍ଚେଜ୍‌ଙ୍କ ସହିତ ତାଙ୍କର ନିର୍ବନ୍ଧ ସଂପନ୍ନ ହୋଇଛି। ୫୦୦ ମିଲିଅନ୍ ଡଲାର୍‌ ମୂଲ୍ୟର ସୁପର୍‌ୟାଚ୍‌ରେ ସମୁଦ୍ର ଭ୍ରମଣ କରୁଥିବା ବେଳେ ଜେଫ୍ ଲୌରେନ୍‌ଙ୍କୁ ପ୍ରପୋଜ୍ କରିଥିଲେ। ଲୌରେନ୍‌ଙ୍କ ସମ୍ମତି ପରେ ତାଙ୍କ ହାତରେ ସେ ଏକ ୨୦ କ୍ୟାରେଟ୍ ହୀରା ମୁଦି ପିନ୍ଧାଇଥିଲେ। ଜେଫ୍ ଓ ଲୌରେନ୍ ୨୦୧୮ରୁ ଡେଟିଂ କରିଆସୁଛନ୍ତି, କିନ୍ତୁ ୨୦୧୯ରେ ପୂର୍ବତନ ପତ୍ନୀ ମାକେନ୍‌ଜି ସ୍କଟ୍‌ଙ୍କ ସହିତ ବିବାହ ବିଚ୍ଛେଦ ଘଟିବା ପରେ ଯାଇ ସେମାନଙ୍କ ପ୍ରେମ ସମ୍ପର୍କ ବିଷୟ ସର୍ବସାଧାରଣରେ ପ୍ରକାଶ ପାଇଥିଲା। ୫୩ ବର୍ଷୀୟା ଲୌରେନ୍‌ ଜଣେ ପୂର୍ବତନ ଟିଭି ସାମ୍ବାଦିକା ତଥା ଲାଇସେନ୍‌ପ୍ରାପ୍ତ ହେଲିକପ୍ଟର୍‌ ପାଇଲଟ୍‌। ସ୍ମରଣଯୋଗ୍ୟ ଯେ ୨୦୨୦ରେ ଜେଫ୍‌ଙ୍କ ଭାରତ ଗସ୍ତ କାଳରେ ଲୌରେନ୍‌ ମଧ୍ୟ ତାଙ୍କ ସହିତ ଆସିଥିଲେ। ଏବେ ସେମାନେ ଫ୍ରାନ୍‌ସରେ ଚାଲିଥିବା କାନ୍‌ସ ଚଳଚ୍ଚିତ୍ର ମହୋତ୍ସବରେ ଏକାଠି ଯୋଗ ଦେଉଛନ୍ତି। ସେମାନେ କେବେ ବିବାହ କରିବେ ସେ ନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଏ ଯାଏ ପ୍ରକାଶ ପାଇ ନାହିଁ।

Advertisment