ନୂଆଦିଲ୍ଲୀ: ବର୍ଷାଦିନେ ସାପ ଦଂଶନ ମାମଲା ବୃଦ୍ଧି ପାଇଥାଏ। ଏନେଇ ସରକାର ଲୋକଙ୍କୁ ଆଗୁଆ ସଚେତନ ମଧ୍ୟ କରାଇ ଦେଇଥାଆନ୍ତି। ସାପ ଦଂଶନକୁ ନେଇ ଝାନ୍ସୀରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ସୀତାରାମ ଅହିରୱାର ନାମକ ଜଣେ ବୃଦ୍ଧଙ୍କ ସହିତ ଜଡ଼ିତ ରହିଛି।

Advertisment

ଝାନ୍ସୀ ଜିଲ୍ଲାର ଚିରଗାଓଁ ଥାନା ଅଞ୍ଚଳର ପଟ୍ଟି କୁମାରରା ଗାଁରେ ବସବାସ କରୁଥିବା ୭୦ବର୍ଷୀୟ ବାସିନ୍ଦା ସୀତାରାମ ଅହିରୱାର ସାପ ଦଂଶନକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ ଗତ ୩୯ ବର୍ଷ ଧରି ପ୍ରତି ତିନି ବର୍ଷରେ ଥରେ ମୋତେ ଏକ କଳାରଙ୍ଗ ସାପ ଦର୍ଶନ କରି ଚାଲି ଯାଇଥାଏ।। ଇତିମଧ୍ୟରେ ଉକ୍ତ ସାପ ମୋତେ ୧୩ ଥର ଦଂଶନ କରିସାରିଲାଣି। ’

ଗାଁ ଲୋକଙ୍କ ଦାବି ଅନୁସାରେ, ପ୍ରତି ତିନିବର୍ଷରେ ଭାଦ୍ରବ ମାସ ଆରମ୍ଭ ହେବା ମାତ୍ରେ ସୀତାରାମ ତାଙ୍କ ସ୍ୱପ୍ନରେ ଏକ ସାପ ଦେଖିଥାଆନ୍ତି। ସ୍ୱପ୍ନରେ ସାପ ତାଙ୍କୁ ସତର୍କ ରହିବାକୁ ସୂଚାଇ ଦେଇଥାଏ। ସ୍ବପ୍ନ ଦେଖିବାର ଠିକ ଦୁଇ ଦିନ ମଧ୍ୟରେ ସୀତାରାମ  ସର୍ପ ଦଂଶନର ଶିକାର ହୋଇଥାଆନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଇତିମଧ୍ୟରେ ସୀତାରାମଙ୍କୁ ୧୩ଥର ସର୍ପ ଦଂଶନ ପରେ ବି ସେ ସୁସ୍ଥ ଅଛନ୍ତି। ଏହି ଘଟଣାକୁ କିଛି ଲୋକ ଅଭିଶାପ ବୋଲି କହୁଥିବା ବେଳେ ଆଉ  କିଛି ଏହାକୁ ପୂର୍ବ ଜନ୍ମର କାହାଣୀ ବୋଲି ମାନିଛନ୍ତି। ’