ଆପଣ ଚିନ୍ତା କରୁଥିବେ ଯେ ଯୁଗ ଆଧୁନିକ ହେଲାଣି। ନିଜ ନିଜର ଦାୟିତ୍ୱ ନେବାର ଦକ୍ଷତା ସମସ୍ତଙ୍କ ମଧ୍ୟରେ ଆସିଲାଣି। କାହାକୁ ବଞ୍ଚି ରହିବା ପାଇଁ ଅନ୍ୟ କାହାର ସାହାରା ବା ଆଶ୍ରା ନେବା କ’ଣ ଦରକାର! ମାତ୍ର ମନେ ରଖନ୍ତୁ ସଂସ୍କୃତରେ ଏକ ଶ୍ଳୋକ ରହିଛି।
ଶ୍ଳୋକଟି ହେଉଛି ‘ବିନାଶ୍ରୟେ ନବର୍ତ୍ତନ୍ତେ ଲତା ବନୀତା କବିତା’। ଏହି ଶ୍ଳୋକର ଅର୍ଥ ହେଉଛି ବିନା ଆଶ୍ରାରେ କେଉଁ ଲତା, ନାରୀ ଏବଂ କବିତା ତିଷ୍ଠି ରହିପାରନ୍ତି ନାହିଁ।
ଲତା: ଆପଣ ହୁଏତ ଦେଖିଥିବେ କୌଣସି ବିଶାଳ ବୃକ୍ଷ ପରି ଲତାଟିଏ ସ୍ୱାଧୀନ ନୁହେଁ। ଲତା ବଞ୍ଚି ରହିବା ପାଇଁ ଅନ୍ୟ କେଉଁ ଗଛ, ଚାଳ, ଛାତ କିମ୍ବା ଭାଡ଼ିର ସହାୟତା ଲୋଡ଼ିଥାଏ। ମାଟିରେ ପଡ଼ି ଲତାଟି ଉଧେଇ ପାରେ ନାହିଁ।
ବନୀତା: ବନୀତା ଅର୍ଥାତ ନାରୀଟିଏ ବି ଆଶ୍ରା ବିନା ବଞ୍ଚିପାରେ ନାହିଁ ବୋଲି କଥା ରହିଛି। ନାରୀଟିକୁ ସମାଗରେ ସମ୍ମାନର ସହ ବଞ୍ଚିବା ପାଇଁ ଜଣେ ପୁରୁଷର ସାହାରା ଲୋଡ଼ା ପଡ଼ିଥାଏ।
କବିତା: କବିତା ହେଉଛି ଶବ୍ଦର ସମାହାର। କବିତାଟିଏ ସବୁବେଳେ ଶବ୍ଦ ଉପରେ ଆଶ୍ରା କରି ତିଷ୍ଠି ରହିପାରେ। ବିନା ଶବ୍ଦରେ କବିତା ସୃଷ୍ଟି ଅସମ୍ଭବ ହୋଇଥାଏ।