ମାରୁତି ସୁଜୁକି ଜିମ୍ନି ଏବେ ଏସ୍ୟୁଭି ବଜାରରେ ଲୋକପ୍ରିୟ। ଏହାର ମୂଲ୍ୟ ୧୦-୧୨ ଲକ୍ଷ ଟଙ୍କା (ଏକ୍ସ ଶୋ’ରୁମ୍) ରହିଛି। ଏହି ଏସ୍ୟୁଭିରେ ୫ଟି ଡୋର୍ ରହିଛି। ଜିମ୍ନିର ଓଜନ ୧୫୪୫ କିଲୋଗ୍ରାମ୍ ହୋଇଥିବା ବେଳେ ଏଥିରେ ୪୦ ଲିଟର୍ର ତେଲ ଟାଙ୍କି ରହିଛି। ଏହାର ଇଞ୍ଜିନ୍ ୧୪୬୨ ସିସି ବିଶିଷ୍ଟ ଏବଂ ଏହା ପେଟ୍ରୋଲ୍ ଚାଳିତ। ଜିମ୍ନିରେ ମୁଖ୍ୟତଃ ୪ଜଣ ବସିବା କ୍ଷମତା ରହିଛି। ଏଥିରେ ୨ଟି ଏୟାର୍ବ୍ୟାଗ୍ ଏବଂ ଦୁଇଟି ରିୟର୍ ଓ ଫ୍ରଣ୍ଟ୍ ବ୍ରେକ୍ (ଡିସ୍କ ଓ ଡ୍ରମ୍) ରହିଛି। ଏଥିରେ ୪ଟି ସିଲିଣ୍ଡର୍ ମଧ୍ୟ ରହିଛି। ଏହା ବ୍ଲୁଇସ୍ ବ୍ଲାକ୍, କାଇନେଟିକ୍ ୟେଲୋ ୱିଥ୍ ବ୍ଲୁଇସ୍ ବ୍ଲାକ୍ ରୁଫ୍, ସିଜ୍ଲିଙ୍ଗ୍ ରେଡ୍ ୱିଥ୍ ବ୍ଲୁଇସ୍ ବ୍ଲାକ୍ ରୁଫ୍, ନେକ୍ସା ବ୍ଲୁ, ସିଜ୍ଲିଙ୍ଗ୍ ରେଡ୍, ଗ୍ରାନାଇଟ୍ ଗ୍ରେ, ପଲ୍ ଆର୍ଟିକ୍ ହ୍ବାଇଟ୍ ପରି ୭ଟି ରଙ୍ଗରେ ଉପଲବ୍ଧ। ଏହାର ମାଇଲେଜ୍ ୧୬.୩୯ରୁ ୧୬.୯୪ କିଲୋମିଟର୍ ରହିଥିବା ବେଳେ ୪ ସ୍ପିଡ୍ର ଗିୟର୍ ବକ୍ସ ମଧ୍ୟ ରହିଛି, ଯାହା ଗ୍ରାହକଙ୍କୁ ମଜାଦାର ଅନୁଭୂତି ପ୍ରଦାନ କରିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।
ବଜାରରେ ଜିମ୍ନିର କ୍ରେଜ୍
/sambad/media/post_attachments/wp-content/uploads/2024/03/gjdggyjj.jpg)